#Breaking News

କନ୍ଧମାଳ : ବାପା-ମା’ ଛେଉଣ୍ଡ ଗୀତାଞ୍ଜଳି କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବି


କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ହନୁମାନ ମନ୍ଦିର ସାହିର ପାହଡ ଉପରେ ଗୀତାଞ୍ଜଳି ବସବାସ କରନ୍ତି। ପିଲାଟିଦିନରୁ ମା’ଙ୍କୁ ହରାଇଥିଲା ବେଳେ ବର୍ତମାନ ବାପାଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି ଗୀତାଞ୍ଜଳି। ପାହାଡ ଉପରେ ଭଙ୍ଗା ଝାଟିମାଟି ଘର । ସେ ଘର ଭିତରେ ଏକାକି ଗୀତଞ୍ଜଳି । ବଢିଲା ବୟସ, ଯୁକ୍ତ ୩ର ପ୍ରଥମ ବର୍ଷର ଛାତ୍ରୀ । ଓଳିଏ ଖାଇଲେ, ଓଳିଏ ଉପାସ ରହୁଛନ୍ତି। ବସ୍ତି ବାସିନ୍ଦାଙ୍କ ସାହାଯ୍ୟରେ ବଞ୍ଚିଛନ୍ତି ଗୀତାଞ୍ଜଳି । ଫୁଲବାଣୀ ହନୁମାନ ମନ୍ଦିର ସାହିର ପାହଡ ଉପରେ ଝାଟିମାଟିର ଭଙ୍ଗା ଦଦରା ଘରେ ଏକୁଟିଆ ରହୁଛନ୍ତି ଗୀତାଞ୍ଜଳି । ସେ ଫୁଲବାଣୀ ମହାବିଦ୍ୟାଳୟରେ ଯୁକ୍ତ ୩ର ପ୍ରଥମ ବର୍ଷର ଛାତ୍ରୀ । ଉଭୟ ବାପା ମା’ଙ୍କୁ ହରାଇ ସେ ଏବେ ସମ୍ପୂର୍ଣ୍ଣ ଏକୁଟିଆ ହୋଇପଡ଼ିଛନ୍ତି । ସେ ଛୋଟ ଥିବା ସମୟରେ ମା’ ଆରପାରିକୁ ଚାଲିଯାଇଥିବା ବେଳେ, ବାପାଙ୍କର ଦୁଇ ମାସ ତଳେ ପରଲୋକ ହୋଇଛି । ବାପା ବଞ୍ଚିଥିବା ସମୟରେ ଏହି ଝାଟିମାଟି ଘରଟି କରିଥିଲେ ଏବଂ ମୂଲମଜୁରୀ କରି ଗୀତାଞ୍ଜଳିଙ୍କୁ ପାଠ ପଢ଼ାଉଥିଲେ । ବର୍ତମାନ ବାପା ଆରପାରିକୁ ଚାଲିଯାଇଥିବାବେଳେ ଗୀତାଞ୍ଜଳି ଏକା ହୋଇଯାଇଛନ୍ତି । ପଡ଼ୋଶୀମାନେ ବାପାଙ୍କ ଶୁଦ୍ଧିକ୍ରୟା କରିବା ସହିତ ଏବେ ଗୀତାଞ୍ଜଳିଙ୍କ ଖାଇବାପିଇବା କଥା ବୁଝୁଛନ୍ତି । ଏଭଳି ସ୍ଥଳେ ସେ ଆଗକୁ କ’ଣ କରିବେ , କେମିତି ଚଳିବେ ଏବଂ କେମିତି ପାଠ ପଢା ଜାରି ରଖିବେ ତାକୁ ନେଇ ଚିନ୍ତାରେ ଅଛନ୍ତି । ତାଙ୍କୁ ସରକାରୀ ସହାୟତା ଦେବାକୁ ଉଭୟ ଗୀତାଞ୍ଜଳି ଓ ପଡ଼ୋଶୀ ମାନେ ଦାବି କରିଛନ୍ତି ।

Leave a comment

Your email address will not be published. Required fields are marked *