#Breaking News

ଗୋଷ୍ଠୀ ସହାୟିକା ନିଯୁକ୍ତି ରେ ଅନିୟମିତତା ଅଭିଯୋଗ


ବରଗଡ଼: ୨୦/୯ ଭଟଲି ବ୍ଲକ ଅନ୍ତର୍ଗତ ନୂଆଁପାଲି ଗୋଷ୍ଠୀ ସହାୟିକା ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଶିକ୍ଷାଗତ ଯୋଗ୍ୟତା ଓ ଅଭିଜ୍ଞତା ଥାଇ ମଧ୍ୟ ବବିତା ମିଶ୍ରଙ୍କୁ ଏହି ପଦବୀ ପାଇଁ ସୁଯୋଗ ନଦେଇ ଟଙ୍କା ନେଇ ଅନ୍ୟ ଜଣକୁ ନିଯୁକ୍ତି ଦେଇଥିବା ବବିତା ଜିଲ୍ଳାପାଳ ଅଫିସରେ ଅଭିଯୋଗ କରିଛନ୍ତି । ମହିଳା ସଶକ୍ତିକରଣ ପାଇଁ ସରକାରଙ୍କ ଦ୍ୱାରା ମିଶସ ଶକ୍ତି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରଯାଉଛି ଯେଉଁଥିରେ ଭଟଲି ବ୍ଲକ ଚଢେଇଗାଁ ଅନ୍ତର୍ଗତ ନୂଆଁପାଲି ର ‘ଏକତା ହିଁ ବଳ’ ସ୍ବୟଂ ସହାୟକ ଗୋଷ୍ଠୀ ଯାହାକି କାର୍ଯ୍ୟ କରି ଆସୁଛି । ବବିତା ମିଶ୍ର ଜଣେ ସଦସ୍ୟ ହେବା ସହ ଏହାର ସମସ୍ତ ଖାତାପତ୍ର ଲେଖାକାମ କରି ଆସୁଥିଲେ । ଗତ ୨୦୧୯ ମସିହା ଅଗଷ୍ଟ ମାସରେ ଗୋଷ୍ଠି ସହାୟିକା ପଦବୀ ବାହାରି ଥିଲା ଯେଉଁଥିରେ ସପ୍ତମ ଶ୍ରେଣୀ ଓ ଅଭିଜ୍ଞତା ଆଧାର ରେ ନିଯୁକ୍ତି ମିଳିବା ନିୟମ ରହିଥିଲା । ଏହି ପ୍ରକ୍ରିୟାରେ ୨ ଜଣ ଙ୍କୁ ସଟ୍ ଲିଷ୍ଟ କରି ଡକାଯାଇ ଥିଲା ମାର୍କ ସମାନ ହେବାରୁ ମୌଖିକ ପରୀକ୍ଷା କରାଗଲା ଯେଉଁଥିରେ ସମସ୍ତ ପ୍ରଶ୍ନ ର ଉତ୍ତର ରଖିଥିଲେ ବବିତା କିନ୍ତୁ ତମକୁ ଆଉ ଥରେ ପରୀକ୍ଷା ଦେବାକୁ ହେବ ଓ ବ୍ଲକରେ ଆବେଦନ କରନ୍ତୁ ବୋଲି କହିଥିଲେ । ପରେ ବିପିଏମ, ବିଡ଼ିଓ ଓ ଅନ୍ୟ ଅଧିକାରୀ ମାନେ ଚଂଚକତା କରି ଅନ୍ୟ ଜଣକୁ ପଦବୀ ଦେଇଥିଲେ । ଏହି ଗୋଷ୍ଠି ସହାୟିକା ପଦବୀ ରେ ଅନିୟମିତତା ହୋଇଥିବା ବବିତା ଆଗରୁ ଅଭିଯୋଗ କରିଥିଲେ ବି କୌଣସି ଶୁଣାଣି ନହେବା ପରେ ଏଥିରେ ଟଙ୍କା କାରବାର ହୋଇଥିବା ଅଭିଯୋଗ କରି ଜିଲ୍ଳାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହାର କାର୍ଯ୍ୟାନୁଷ୍ଠାନ ନହେଲେ ଜିଲ୍ଳାପାଳ ଅଫିସ ଆଗରେ ଧାରଣ ଦେବେ ବୋଲି କହିଛନ୍ତି ବବିତା ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *