#Breaking News

ଗାଁ ମାଟି ଅତାବିରା ରେ ପ୍ରମୋଦ ଭଗତ ଙ୍କୁ ଭବ୍ୟ ସ୍ୱାଗତ

ଵରଗଡ଼,
ପାରା ଅଲମ୍ପିକ ବ୍ୟାଟମିଣ୍ଟନରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭାଗତଙ୍କୁ ଗାଁ ମାଟି ଅତବିରାଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଅତାବିରା ନାଗରିକ କମିଟି ତରଫରୁ ବରଗଡ଼ ଜିଲ୍ଲା ର ପ୍ରବେଶ ଦ୍ଵାର ଗୋଡଭଗା ରେ ସ୍ୱାଗତ କରାଯିବା ସହ ଏକ ସୁସଜ୍ଜିତ ଗାଡ଼ିରେ ପାଛୋଟି ଅଣା ଯାଇଥିଲା । ଗୋଡ଼ଭଗାରୁ ଅତାବିରା ପର୍ଯ୍ୟନ୍ତ ରାସ୍ତାରେ ଵିଭିନ୍ନ ସଂଗଠନ ସମେତ ସ୍କୁଲ କଲେଜର ଛାତ୍ରଛାତ୍ରୀ ସୁନାପୁଅ ପ୍ରମୋଦ ଭଗତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏ ଅବସରରେ ଅତାବିରା ନିକଟସ୍ଥ ଲାଦେରପାଲି ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିର କଲ୍ୟାଣ ମଣ୍ଡପ ରେ ବିଭିନ୍ନ ସଂଗଠନ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

Leave a comment

Your email address will not be published. Required fields are marked *