#Breaking News #State

କୋରାପୁଟ ଜିଲା ସେମିଳିଗୁଡ଼ାରେ ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ


ସେମିଳିଗୁଡ଼ା(ଉଳପ୍ରା)କୋରାପୁଟ ଜିଲାର ସେମିଳିଗୁଡା ଦକ୍ଷତା ବିକାଶ କେନ୍ଦ୍ର ଠାରେ କୋରାପୁଟ ଜିଲ୍ଲା ପେଶାଦାର ସାମ୍ବାଦିକ ସଙ୍ଘ ର ବାର୍ଷିକ ଉତ୍ସଭ ସହିତ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି, କୋରାପୁଟ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘର ସଭାପତି ଅନନ୍ତ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀ

ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ବାଦିକ ମାନଙ୍କର ସ୍ୱାସ୍ଥ୍ୟବୀମା ଦୁଇଲକ୍ଷ ରୁ ପାଞ୍ଚ ଲକ୍ଷ କରିବା ପାଇଁ ସରକାରଙ୍କ ନିକଟରେ ଦାବିକରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ,ସଭା ଆରମ୍ଭ ପୂର୍ବରୁ ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ର ଓ ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରଲୋକରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା,ଏହି ବୈଠକରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ବେଣୁଧର ପଣ୍ଡା,କୋରାପୁଟ ଜିଲ୍ଲା

ସାଂସଦଙ୍କ ପ୍ରତିନିଧି ତଥା ସାମ୍ବାଦିକ ସଂଘର ଉପଦେଷ୍ଟା ରମାକାନ୍ତ ରାଉଳ,ଜିଲା ପରିଷଦ ଅଧକ୍ଷା ତୁଳସୀ କିଷାନ,ସମାଜସେବୀ ମନୋଜ ଆଚାର୍ଯ୍ୟ ,କୋରାପୁଟ ପେଶାଦାର ସାମ୍ବାଦିକ ସଂଘର ସମ୍ପାଦକ ବାସୁଦେବ ବରାଡ଼ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ,କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼ ସରସ୍ବତୀ ନାୟକ,ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଶତାଧିକ ସାମ୍ବାଦିକ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇଥିବା ବେଳେ ଅନେକ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *