#Breaking News

ରୋଟାରି କ୍ଲବ ଓ ପ୍ରେସ କ୍ଲବ ପକ୍ଷରୁ ମାଗଣା ଡାଏବେଟିସ ପରୀକ୍ଷା


ଫୁଲବାଣୀ -29/9(ସୁନୀଲ ପଟନାୟକ )
ବୁଧବାର ସ୍ଥାନୀୟ ପ୍ରେସ କ୍ଲବ ଠାରେ ରୋ ଟା ରି କ୍ଲବ ଓ ପ୍ରେସ କ୍ଲବ ମିଳିତ ଅନୁକୁଲ୍ୟରେ ମାଗଣା ବ୍ଲଡ଼ ସୁଗାର ପରୀକ୍ଷା କରାଯାଇଥିଲା l
ଆଜି କାଲି ଲୋକମାନେ ବିଭିନ୍ନ ସମସ୍ୟା ମଧ୍ୟରେ ରହିବା ଫଳରେ ମାନସିକ ଚାପ ବଢିବା, ତା ସାଙ୍ଗକୁ ଖାଦ୍ୟଶୈଳୀ ରେ ପରିବର୍ତନ ଯୋଙ୍ଗୁ
ବ୍ଲଡ଼ ସୁଗାର ବା ରକ୍ତ ସର୍କ ରା ବଢ଼ୁ ଥିବା ରୁ ଲୋକୋମାନଙ୍କୁ ସଚେତନ କରିବା ସହ ମାଗଣା ପରୀକ୍ଷା କରାଯାଇଥିଲା l
ଏଥିରେ ରୋ ଟା ରି ସଭାପତି କୁମାର କୁନ୍ଦନ ସିଂ, ସମ୍ପାଦକ ଜୀବନ କୁମାର ସାହୁ, ପୂର୍ବତନ ରୋ ଟା ରି ସଭାପତି ପ୍ରଶାନ୍ତ ପାଣିଗ୍ରାହି, k.ଜ୍ଞାନ ଦୋରା, ପ୍ରଶାନ୍ତ ପଣ୍ଡା, ପି ଇ ଓ ପଦ୍ମ ଚରଣ ମହାନ୍ତି, ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ଉପସଭାପତି ସୁନୀଲ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ, ହୂରଞ୍ଜନ ସେଠି, କାହ୍ନl ପଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ l
ସହର ର ରୋ ଟା ରି ସଦସ୍ୟ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସାମ୍ବାଦିକ ପ୍ରମୁଖ ଶହେ ରୁ ଉର୍ଦ୍ଧ ଲୋକ ଙ୍କ ମାଗଣା ବ୍ଲଡ଼ ସୁଗାର ପରୀକ୍ଷା କରାଯାଇଥିଲା l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *