
ହସଖୁସି ପରିବାର ତରଫରୁ କାର୍ଯ୍ୟକ୍ରମ ଅନୁଷ୍ଠିତ
Udaya_Labanya | October 26, 2021 | 48 views |0 | Breaking News
ଯାଜପୁର(ଉଲାପ୍ର)ହସଖୁସି ପରିବାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ କୋଲଣଗିରି ଗ୍ରାମର ବାଘପାହାଡ ଠାରେ ପବିତ୍ର ଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣିମାର ଶୁଭ ଅବସରରେ ହର୍ଷିକା ସେବାଶ୍ରମର ଶୁଭ ଉଦଘାଟନ ଏବଂ ନୂତନ ଗୃହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ମାଗଣା ସ୍ବାସ୍ଥ୍ଯସେବା ଶିବିର ଏବଂ ଔଷଧ ବଣ୍ଟନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଡାଇବେଟିସ ଏବଂ ମେଡିସିନ ବିଶେଷଜ୍ଞ ଡାକ୍ତର ପ୍ରଦ୍ଯୁତ କୁମାର ତ୍ରିପାଠୀ ରୋଗୀ ମାନଙ୍କର ସ୍ବାସ୍ଥ୍ଯ ପରୀକ୍ଷା କରିଥିଲେ ଏବଂ ସେମାନଙ୍କୁ ଆବଶ୍ଯକୀୟ ଔଷଧ ବଣ୍ଟନ କରାଯାଇଥିଲା । ହସଖୁସି ପରିବାର ଚାରିଟେବୁଲ ଟ୍ରଷ୍ଟର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ବ୍ଯୋମକେଶ କାନୁନଗୋଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ଯକ୍ରମର ପରିଚାଳନା କରାଯାଇଥିଲା ଏବଂ ଅନ୍ଯମାନଙ୍କ ମଧ୍ଯରେ ଟ୍ରଷ୍ଟର ଶୁଭେନ୍ଦୁ ମହାପାତ୍ର, ବିରଜା ପ୍ରସାଦ କାନୁନଗୋ, ଜ୍ୟୋତି ରଞ୍ଜନ ମହାନ୍ତି, ଗୌତମ ଦାସ, ପାର୍ଥସାରଥି ମହାପାତ୍ର, ମୋନାଲି ମହାପାତ୍ର,ଏବଂ ଦିପକ ରଞ୍ଜନ ସାହୁ ପ୍ରମୁଖ କାର୍ଯକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ। ଏହି ଉପଲକ୍ଷେ ବିଭିନ୍ନ ଅନୁଷ୍ଠାନ ଯଥା ଆଶ୍ୱସ୍ତି ଫାଉଣ୍ଡେସନ ର ବିଜୟଲକ୍ଷ୍ମୀ ମହାପାତ୍ର,ଶ୍ରଦ୍ଧା ଫାଉଣ୍ଡେସନର ପୂଜା ପ୍ରିୟଦର୍ଶିନୀ, ଜୟ ମହାବୀର ଫାଉଣ୍ଡେସନର ସିକନ କୁମାର ସାହୁ ପ୍ରମୁଖ ସଦସ୍ୟ ମାନେ ଉପସ୍ଥିତ ଥିଲେ।ଏହି ଭଳି ଏକ ମହତ କାର୍ଯକ୍ରମକୁ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ଓ ବୁଦ୍ଧିଜୀବି ମାନେ ବହୁ ପ୍ରଶଂସା କରିଥିଲେ।*