#Breaking News

ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ମାରାଥନ୍ ଉଦଘାଟନ


ବରଗଡ଼ (ଉଲାପ୍ର)
ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଆଜି ଭଟଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ନବ ନିର୍ମାଣ ପ୍ରକଳ୍ପ ଗୁଡ଼ିକୁ ର ମାରାଥନ ଉଦଘାଟନ କରିଥିଲେ। ଏହି ଅବସରରେ ଆଜି ଭଟଲି ବ୍ଲକ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମ ରେ ଉଠା ଜଳସେଚନ ପ୍ରକଳ୍ପ ର ଶୁଭ ଉଦ୍ଘାଟନ କରିଥିଲେ। ୫୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଜୀରା ନଦୀ ରୁ ପାଣି ଉଠା ଯାଇ ଖରମୁଣ୍ଡା ଓ ରସାଲି ଗ୍ରାମ ର ୧୦୦ ଏକର ଜମି ରେ ଜଳସେଚନ କରାଯାଇପାରିବ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ ନିତ୍ୟାନନ୍ଦ ପ୍ରଧାନ, ଭଟଲି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପ୍ରେମାବତୀ ସା,ଉଠା ଜଳସେଚନ ର କାର୍ଯ୍ୟ ନିର୍ବାହ ଯନ୍ତ୍ରୀ ସୂର୍ଯ୍ୟ ନାରାୟଣ ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଭଟଲି ବ୍ଲକ ର ନୂଆଁ ଗଡ଼ ଗ୍ରାମ ଠାରେ ୩ ନମ୍ବର ଉଠା ଜଳସେଚନ ପ୍ରକଳ୍ପ ର ଶୁଭ ଉଦ୍ଘାଟନ କରିବା ସହ ୯୫ ଟି ଗଭୀର ନଳକୂପ ର ମଧ୍ୟ ଉଦଘାଟନ କରିଥିଲେ।

Leave a comment

Your email address will not be published. Required fields are marked *