#Breaking News

ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ଠାରେ ମୋ ସରକାର କକ୍ଷ ଉଦଘାଟିତ

ଢେଙ୍କାନାଳ(ଉଲାପ୍ର)ଶାସନ ବ୍ୟବସ୍ଥାକୁ ଜନକୈନ୍ଦ୍ରିକ କରିବା , ସରକାରୀ କାର୍ଯ୍ୟ।ଳୟକୁ ଆସୁଥିବା ଲୋକଙ୍କୁ ମର୍ଯ୍ୟାଦାର ସହ ସେବା ଯୋଗାଇଦେବା , ଉତ୍ତମ ବ୍ୟବହାର ଓ ବୃତ୍ତିଗତ ଆଚରଣକୁ ପ୍ରୋତ୍ସାହିତ କରି ଜନସାଧାରଣଙ୍କୁ ସ୍ବଚ୍ଛ ଶାସନ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟ।ଳୟଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ମୋ ସରକାର କକ୍ଷକୁ ଉଦଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଣିତ ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ଏହା ଅଧିକ ସହାୟକ ହେବ । ବିଭିନ୍ନ କାର୍ଯ୍ୟରେ ଜିଲ୍ଲା କାର୍ଯ୍ୟ।ଳୟକୁ ଆସୁଥିବା ଲୋକମାନେ ସେମାନଙ୍କ ଅଭିଯୋଗ / ମତାମତି ସମ୍ପର୍କରେ ଏହି ମୋ ସରକାର କକ୍ଷରେ ଥିବା ରେଜିଷ୍ଟରରେ ଉଲ୍ଲେଖ କରିପାରିବେ । ଜନସାଧାରଣଙ୍କ ମତାମତ ଭିଭିରେ ଶାସନ ବ୍ୟବସ୍ଥାକୁ ଅଧିକ ଉତ୍ତରଦାୟୀ ଓ ଫଳପ୍ରଦ କରିବା ମୋ ସରକାର କକ୍ଷର ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ମୋ ସରକାର କକ୍ଷ ଉଦଘାଟନ ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା କାର୍ଯ୍ୟ।ଳୟର ସମସ୍ତ ଡେପୁଟି କଲେକ୍ଟର , ଆସିଷ୍ଟାଣ୍ଟ କଲେକ୍ଟର ଓ ଅନ୍ୟାନ୍ୟ ପଦଧିକାରୀମାନେ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *