#Breaking News

୧୧ ତମ ଜ଼ିଲ୍ଲା ପରିଷଦ ବୈଠକ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ


ଫୁଲବାଣୀ -(ସୁନୀଲ ପଟନାୟକ )
ବୁଧବାର କନ୍ଧମାଳ ଜ଼ିଲ୍ଲା ୧୧ ତମ ଜ଼ିଲ୍ଲା ପରିଷଦ ବୈଠକଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା
ଜ଼ିଲ୍ଲା ପରିଷଦ ଅଧକ୍ଷା ଆକାଂକ୍ଷା ପ୍ରଧାନ, ସଭାପତିତ୍ୱ କରିଥିଲେ l ଅନ୍ୟମାନଙ୍କ ମଧ୍ୟ ରେଜ଼ିଲ୍ଲାପାଳ ଡା. ଵୃନ୍ଦା ଡି. ଫୁଲବାଣୀ ବି ଧାୟକ ଅଙ୍ଗଦ କହଁର, ବାଲି ଗୁଡା ବିଧାୟକ ଚକ୍ରମଣି କହଁର, ପ୍ରକଳ୍ପ ନିର୍ଦେଶକ ଡି ଆର ଡି ଏ, ବିଶ୍ୱ ରଞ୍ଜନ ନାୟକ, ଜ଼ିଲ୍ଲା ପରିଷଦ ଉପାଧ୍ୟାକ୍ଷା ସାରଥୀ ମଳିକ, ପ୍ରମୁଖ ଯୋଗ ଦେଇ ଜ଼ିଲ୍ଲାର ବିଭିନ୍ନ ବ୍ଲକ ଗୁଡିକରେ ଖର୍ଚ ନ ହୋଇ ପଡିରହିଥିବା ଅର୍ଥ ଶୀଘ୍ର ଖର୍ଚ କରିବା ସହ ନିର୍ମାଣ ଚାଲି ଥିବା ପ୍ରକଳ୍ପ ଗୁଡିକ ର କାର୍ଯ୍ୟ ଯେପରି ଶୀଘ୍ର ସରିବ ସେ ନେଇ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ l
ଏଥିସହ ଗ୍ରାମାଞ୍ଚଳ ରେ ରାସ୍ତା, ପାନୀୟ ଜଳ, ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା ହୋଇଥିଲା l
ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ, ଅଧକ୍ଷା, ଜ଼ିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ସରକାରୀ ଲାଇନ ଡିପାର୍ଟ ମେଣ୍ଟ ର ଅଫିସର,ଜ଼ିଲ୍ଲା ସୂଚନା ଅଧିକାରୀ ପ୍ରଭାକର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

Leave a comment

Your email address will not be published. Required fields are marked *