#Breaking News

ଦର ଦାମ ପ୍ରତିବାଦ ରେ ଫୁଲବାଣୀ ରେ ବିଜେଡି ର ଧାରଣା


ଫୁଲବାଣୀ (ସୁନୀଲ ପଟନାୟକ )
ଦିନକୁ ଦିନ ହୁହୁ ହୋଇ ବଢ଼ୀ ଚାଲିଛି ବଜାର ଦର ଯାହାର ପ୍ରଭାବ ପଡୁଛି ହାଣ୍ଡି ଶାଳରେ । କି ଗରିବ କି ଧନୀ ସମସ୍ତେ ଏବେହନ୍ତସନ୍ତ ,ଯାହାର ପ୍ରତିବାଦ ଉଠିଛି ସାରା ଓଡ଼ିଶାରେ । ଆଜି କନ୍ଧମାଳ ଜିଲାରେ ବ୍ଲକ ମହିଳା ବିଜୁ ଜନତା ଦଳଏ ହାର ପ୍ରତିବାଦ କରିଛି ,ଶତାଧିକ ମହିଳା କେନ୍ଦ୍ର ସରକାର ବିରୋଧୀ ନାରା ଦେଇ ଏକ ଶୋଭାଯାତ୍ରାରେ ଆସି ଜିଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜୁ ଜନତା ଦଳ ମହିଳା ସଭାନେତ୍ରୀ ପୁନମ କଂହର ଙ୍କ
ନେତୃତ୍ୱ ରେ ଆସିଥିବା ବିକ୍ଷୋଭ କାରୀମାନେ ଜିଲାପାଳ ଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦେଶ୍ୟ ରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l ବିଜେ ଡି ଜ଼ିଲ୍ଲା ସଭାପତି ସରୋଜ କର୍ଣ୍ଣ ଙ୍କ ସମେତ ବିକ୍ଷୋଭ ରେ ବିଭିନ୍ନ ଅଂଚଳ ରୁ ଶ ତାଧିକ ବିଜୁ ଜନତା ଦଳ ର ମହିଳାନେତ୍ରୀ ଓ କର୍ମୀ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *