#Breaking News

ନିଶାସକ୍ତ ଅବସ୍ଥା ରେ ପୋଲିସ କୁ ଖୋଲା ଚ୍ୟାଲେଞ୍ଜ


ବରଗଡ଼ (ଉଲାପ୍ର)ବରଗଡ଼ ଜିଲ୍ଲା ରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଯୋଗୁଁ ଲୁଟପାଟ, ଗଣ୍ଡଗୋଳ ନିତି ଦିନିଆ ଘଟଣାରେ ପରିଣତ ହେଲାଣି। ଆଜି ଦିନ ୧୨ ଟାରେ ଜନ ଗହଳି ପୂର୍ଣ୍ଣ ଗାନ୍ଧୀ ଛକ ଠାରେ ଜନୈକ ନିଶାସକ୍ତ ଯୁବକ ଉନ୍ମକ୍ତ କାଣ୍ଡ ଭିଆଉ ଥିବା ବେଳେ ସ୍ଥାନୀୟ ଲୋକେ ଉକ୍ତ ଛକ ଦେଇ ଭୟଭୀତ ହୋଇ ଥିଲେ। ଏସଂକ୍ରାନ୍ତରେ ସ୍ଥାନୀୟ ଲୋକେ ଟାଉନ ପୋଲିସ ଫୋନ୍ କରି ଜଣାଇବା ପରେ ଘଟଣାସ୍ଥଳକୁ ପୋଲିସ ପହଞ୍ଚି ଉନ୍ମକ୍ତ କାଣ୍ଡ ଭିଆଉ ଯୁବକର ହାବୁଡ଼ରେ ପଡ଼ିଥିଲେ। ଯୁବକ ଜଣକ ପୋଲିସ କୁ ଗାଲି ଗୁଲଜ କରିବା ସହ ଗୋଡ଼େଇ ଗୋଡ଼େଇ ମାଡ଼ ମାରି ଥିବା ଦେଖାଯାଇଥିଲା। ଉକ୍ତ ଯୁବକ କାବୁ କରିବାକୁ ପୋଲିସ ମାନେ ନାକେଦମ ହେବାକୁ ପଡ଼ିଥିଲା। ଶେଷରେ ପୋଲିସ ତାକୁ କାବୁ କରି ଥାନ କୁ ନେଇଥିଲେ। ଦୀର୍ଘ ସମୟ ଧରି ଜନଗହଳି ପୂର୍ଣ୍ଣ ଗାନ୍ଧୀ ଛକ ଠାରେ ବିଚ ରାସ୍ତା ରେ ଏଭଳି କାଣ୍ଡ ଚାଲିଥିବା ଯୋଗୁଁ ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଥିଲା।

Leave a comment

Your email address will not be published. Required fields are marked *