#Breaking News

ପ୍ରମୋଦ କୁମାର ଷଡ଼ଙ୍ଗୀ ନୂତନ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ


ଫୁଲବାଣୀ(ସୁନୀଲପଟନାୟକ)
କନ୍ଧ ମାଳ ଜିଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ବିକାଶ କୁମାର ପ୍ରଧାନଙ୍କ ବଦଳୀ ହୋଇଛି। ଶ୍ରୀ ପ୍ରଧାନ ଏଠାରୁ ରିଲିଭ ହୋଇ ସମ୍ବଲପୁର ଜୋନର ତେପୁଟି ଡାଇରେକ୍ଟର ଭାବେ ଯୋଗଦେଇଛନ୍ତି।
ପୂର୍ବରୁ ସରକାର ଶ୍ରୀ ପ୍ରଧାନଙ୍କୁ ପଦନ୍ନେ ।ତି ଦେଇଥିଲେ ମଧ୍ୟ ସେ ଏଠାରେ ଜିଲ୍ଲାଶିକ୍ଷା ଅଧିକାରୀ ଭାବରେ ଦାୟୀତ୍ଵ ତୁଲାଉଥିଲେ । ଫଳରେ ଏଠାକୁନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ପ୍ରମୋଦ କୁମାର ଷଡଙ୍ଗୀ କନ୍ଧମାଳ ଆସିବେ । ଶ୍ରୀ ଷଡ଼ଙ୍ଗୀ ଆସନ୍ତା ଦୁଇ ଦିନ ମଧ୍ୟରେ କାର୍ଯ୍ୟରେ ଯୋଗଦେବେ ବୋଲି ଜଣା ପଡିଛି । ସେ ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ହୋଇଥିବାରୁଦାୟୀତ୍ଵ ଗ୍ରହଣ ପରେ ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା କନ୍ଧମାଳ ଜିଲ୍ଲାରେ ଶିକ୍ଷାର ବିକାଶ ସମ୍ଭବ ହୋଇପାରିବ ବୋଲି ମତପ୍ରକାଶ ପାଇଛି ।

Leave a comment

Your email address will not be published. Required fields are marked *