#Breaking News

ହିନ୍ଦୋଳ ଠାରେ ମହାମାରୀ ସଚେତନତା ଅଭିଯାନ ଅନୁଷ୍ଠିତ

ହିନ୍ଦୋଳ(ଉଲାପ୍ର)ଯୁବଶକ୍ତି” ସମର୍ପିତ ଓଡ଼ିଶା ପକ୍ଷରୁ ନୂଆଗାଁ ଠାରେ ଯୁବଶକ୍ତି ର ଅଧକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ କରୋନା ମହାମାରୀ ତୃତୀୟ ଲହର କୁ ଦୃଷ୍ଟିରେ ରଖି ସମସ୍ତ ଗ୍ରାମବାସୀ ଓ ଛାତ୍ର ଛାତ୍ରୀ ଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା, ତୃତୀୟ ଲହରୀ କୁ ଆମେ ହାଲୁକା ଭାବେ ନେବା ଉଚିତ୍ ନୁହେଁ ସବୁବେଳେ ଆମେ ସଚେତନ ରେ ରହିବା ସହ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରାଇବା ନିହାତି ଆବଶ୍ୟକ, ରାଜ୍ୟ ସରକାର ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ଜୀବନ ଜୀବିକା ପ୍ରତି ସବୁବେଳେ ଗୁରୁତ୍ଵ ଦେଇ ଆସି ଅଛନ୍ତି ଆମେ ମଧ୍ୟ ସବୁବେଳେ ରାଜ୍ୟ ସରକାର ଙ୍କୁ ସହଯୋଗ କରିବା ପାଇଁ ସମସ୍ତ ଭାଇ ଭଉଣୀ, ଛାତ୍ର ଛାତ୍ରୀ ଓ ଗ୍ରାମବାସୀଙ୍କୁ ଆହ୍ବାନ ଦେଇଥିଲେ, ଆଜିର ଏହି କାର୍ଯ୍ୟକ୍ରମ ରେ ଯୁବଶକ୍ତି ର ଶ୍ରୀବତ୍ସ ମାଝୀ, ସୁଶୀଲ କୁମାର ସାହୁ, ଚିଣ୍ଟୁ ମାଝୀ, ପ୍ରକାଶ ବାରିକ, ବିକାଶ ବାରିକ ଏବଂ ସମସ୍ତ ଗ୍ରାମବାସୀ ସାମିଲ ଥିଲେ

Leave a comment

Your email address will not be published. Required fields are marked *