#Breaking News

ଶହେ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ସଦର ପୋଲିସ, ଓ ଅବକାରୀ ବିଭାଗ


ଫୁଲବାଣୀ-(ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଚୋରା ଗ6ଞ୍ଜଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଏବେ ଅଣ୍ଟାଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ। ଶୁକ୍ରବାର କନ୍ଧମାଳ ଜିଲ୍ଲା ସଦର ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀ ମାନେ ମିଶି ମିଣି ଆ ପଞ୍ଚାୟତର କରନଡ଼ା, ମଗମୁଣ୍ଡା, କାଙ୍ଗା ନାଡ଼ା, ଗ୍ରାମର ନାଳ ନିକଟରେ ବେଆଇନ ଭାବେ ଲଗାଯାଇଥିବା ୧୦୫ ଏକର ଗଞ୍ଜେଇ ଗଛ ନଷ୍ଟ କରିଥିବା ଏସିଡି ପିଓ ମହେନ୍ଦ୍ରନାଥ ମୁର୍ମୁ କହିଛନ୍ତି । ଏ ସବୁ ନଷ୍ଟ ହୋଇଥିବା ଗଞ୍ଜେଇ ଗଛମୂଲ୍ୟ ୧୦କୋଟି ଟଙ୍କା ହେବ ବୋଲି ଏସଡିପିଓ ମୁର୍ମୁ କହିଛନ୍ତି ।
ଏଥିରେ ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା , ,ସଦର ଏସଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁ, ମାଜିଷ୍ରେଟଦାୟୀତ୍ଵରେ ଥିବା ତହସିଲଦାର ସମେତ ବହୁ ପୋଲି ସ ଓ ଅବକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏନେଇ ପୋଲିସ ୧୪୪ / ୨୧ଧାରା ୨୦ ଏଓଏନଡିପିଏସ ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା କହିଛନ୍ତି ସଦର ଥାନା ଅଧିକରୀ ।
ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଏସଡିପିଓ ମୁର୍ମୁ କହିଛନ୍ତି ।

Leave a comment

Your email address will not be published. Required fields are marked *