#Breaking News

ସ୍ୱୟଂସିଦ୍ଧାର ଶାରଦୀୟ ବିଶେଷାଙ୍କ ଉନ୍ମୋଚନ ଉତ୍ସବ


ବରଗଡ଼(ଉଲାପ୍ର)
ପବିତ୍ର ଦୀପାବଳି ଅବସରରେ ବରଗଡ଼ ସ୍ଥିତ ଏମ . ଆର ପ୍ରେସ କାର୍ଯ୍ୟାଳୟରେ ସ୍ୱୟଂସିଦ୍ଧାର ଶାରଦୀୟ ବିଶେଷାଙ୍କ ସାହିତ୍ୟିକ ମନୋରଞ୍ଜନ ମେହେରଙ୍କ ସଭାପତିତ୍ୱରେ ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କବି ଦିବ୍ୟକିଶୋର ଦେବତା ଯୋଗଦାନ କରି ସାଂପ୍ରତିକ ସମାଜ ପରିପ୍ରେକ୍ଷୀରେ ସାହିତ୍ୟର ଭୂମିକା ସମ୍ପର୍କରେ ବକ୍ତବ୍ୟ ଦେବା ସହ ସ୍ୱୟଂସିଦ୍ଧା ପତ୍ରିକା ଏ କ୍ଷେତ୍ରରେ ନେଇଥିବା ପଦକ୍ଷେପକୁ ସ୍ୱାଗତ ଜଣାଇଥିଲେ । ସଭାରେ ମୁଖ୍ୟବକ୍ତା ଭାବରେ ଡକ୍ଟର ସୁଜିତ କୁମାର ପୄଷେଟ ଯୋଗଦାନ କରି ଗଙ୍ଗାଧର ମେହେରଙ୍କ “ଅନ୍ନ” କବିତାର ଶହେ ବର୍ଷ ପୂର୍ତ୍ତି ଓ ମନୋଜ ଦାସଙ୍କ ସାରସ୍ୱତ ଚେତନା ସଂସ୍କରଣ ଓତସ୍ୱିନୀ ବକ୍ତବ୍ୟ ରଖିଥିଲେ । ମନୋଜ ଦାସଙ୍କ ଉପନ୍ୟାସରେ ନାରୀ ଚରିତ୍ର ଉପରେ ସମ୍ପର୍କରେ ଆଲୋକପାତ କରିଥିଲେ । ପତ୍ରିକାର ସମ୍ପାଦକ ଡକ୍ଟର ଶୁଶିଲ କୁମାର ବାଗ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଚିନ୍ମୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏତଦ ବ୍ୟତୀତ ଏହି ସଭାରେ ରୋହିତ ଦାଶ, ସେଶନ ବିଶି, ପ୍ରଭାଶିନୀ ହୋତା, ସଞ୍ଜିବ କୁମାର ମହାପାତ୍ର, ଦିନେଶ ଅଗ୍ରୱାଲ, ବିଶ୍ୱନାଥ ସାହୁ, ପ୍ରମୋଦ ସାହୁ, ମନୋଜ କୁମାର ଦାସ, ପ୍ରଦେଶୀ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *