#Breaking News

ଜଳଛାୟା ବିଭାଗରେ ଅର୍ଦ୍ଧାଧିକ ପଦବୀ ଖାଲି,ଉନ୍ନୟନ୍ନ କାର୍ଯ୍ୟ ବାଧାପ୍ରାପ୍ତ ୧୦୯ ପଦବୀ ମଧ୍ୟରୁଅଛନ୍ତି ମାତ୍ର ୩୪ଜଣ


ଫୁଲବାଣୀ-(ସୁନୀଲପଟନାୟକ) ସରକାର କୃଷି ,ମୂର୍ତ୍ତିକା ସଂରକ୍ଷଣ ଓ ଜଳସେଚନ ଉପରେ ଗୁରୁତ୍ଵ ଦେଉଥିବା କଥା କହୁଛନ୍ତି ହେଲେ ବିଭାଗରେ କର୍ମଚାରୀ ଅଭାବରୁ ଉନ୍ନ ୟନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେବା ସରକାରଙ୍କ ଲକ୍ଷ୍ୟ ସାଧିତ ହୋଇ ପାରୁନି ।

କନ୍ଧମାଳ ଜିଲ୍ଲା ଜଳଛାୟା ଉନ୍ନୟନ୍ନପ୍ରକଳ୍ପରେ ମୋଟ ୧୦୯ଟି ପଦବୀ ମଧ୍ୟରୁ ମାତ୍ର ୩୪ଜଣ ଥିବା ବେଳେ ୭୫ ପଦବୀ ଖାଲି ପଡିଛି।
ଫିଲଡ ଷ୍ଟାଫ ୭୬ ପଦବୀ ମଧ୍ୟରୁ ୨୪ ଜଣ ଥିବା ବେଳେ ୫୨ ପଦବୀ ଖାଲି ପଡିଛି । ସେହିପରି କିରାଣୀ . ପିଅନ ଓ ଅନ୍ୟ ପଦବୀ ୩୩ଟି ମଧ୍ୟରୁ ୧୦ ଜଣ ଥିବା ବେଳେ ୨୩ପଦବୀ ଖାଲି ପଡିଛି । ଡେପୁଟି ଡ଼ାଇରେକ୍ଟର ସଏଲ କନଜରଭେସନ ଜଣେ ଥିବାବେଳେ ୩ଟି ଯାକ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ସଏଲ କନଜରଭେସନପଦବୀ ଖାଲି ପଡିଛି. Iଏଏସସି ଓ ୧୦ଟି ପଦବୀ ମଧ୍ୟରୁ ୮ଟି, ଓଭରସିଅର ୧୨ଟି ପଦବୀରୁ ୧୨ଟି ଯାକ ଖାଲି .ଟ୍ରେସର ଗୋଟିଏ, ଏସସି ଇଓ ୪୪ଟି ପଦବୀ ମଧ୍ୟରୁ ୬ ଜଣ ଥିବା ବେଳେ ୩୮ଟି ଖାଲି ପଡିଛି। ସେହିପରି ଅମିନ ଓ ଚେନମେନଗୋଟିଏ ଲେଖାଏ ଖାଲି ପଡିଛି । ସେହିପରି ଷ୍ଟେନୋ, ମୁଖ୍ୟ କିରାଣୀ .ଏସସି ଆଟେଡ଼ାଣ୍ଟ, ପିଅନ ,:ସୁଇପରଆଦି ର୍ମିଶାଇ ୨୩ପଦବୀ ଖାଲିପଡିଥିବା କଥା ବିଭାଗୀୟ ଉପନିର୍ଦ୍ଦେଶକ ମୂର୍ତ୍ତୀକା ସଂରକ୍ଷଣ ବିଭାଗ ପ୍ରଶାନ୍ତ କୁମାର ତ୍ରିପାଠୀ କହିଛନ୍ତି ।
ଅନ୍ୟପଟେ ସରକାର ମନରେଗା ଯୋଜନାରେ ହଜାର ହଜାର ସଂଖ୍ୟାରେ ଖେତ ପୋଖରୀ ଖୋଳିବା ପାଇଁ ନିର୍ଦ୍ଦେଶ ନେଇଛନ୍ତି। ବିଭାଗ ପକ୍ଷରୁ କମ ସଂଖ୍ୟକ କର୍ମଚ।ରୀ ଥିଲେ ମଧ୍ଯ ସେମାନଙ୍କ ନିଷ୍ଠା ଆନ୍ତରିକତା ଓ କାର୍ଯ୍ୟଦକ୍ଷତା ଯୋଗୁଁ ବର୍ତ୍ତମାନ ସୁଧା୮୧୨ କ୍ଷେତ ପୋଖରୀ ସରିଥିବାବେଳେ ଚଳିତବର୍ଷ୨୮୭୬ଟି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବିଭାଗୀୟ ଉପନିର୍ଦ୍ଦେଶକ ପ୍ରଶାନ୍ତ ତ୍ରିପାଠୀ କହିଛନ୍ତି ।
ସରକାର ଯଦି ଖାଲି ପଡିଥିବା ପଦବୀ ଗୁଡିକ ପୁରଣ କରନ୍ତେ ତେ6ବ ହାତକୁ ନିଆଯାଉଥିବା ଉନ୍ନ ୟନ୍ନ କାର୍ଯ୍ୟ ସବୁ ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ସରିଯାଆନ୍ତ । ଆଉ ବୋଲି ସେ କହିଛନ୍ତି।
ତେବେ ଖାଲିପଡିଥିବା ପଦବୀସରକାର କେବେ ପୁରଣ କରୁଛନ୍ତି ତାହା ଦେଖିବାର କଥା।

Leave a comment

Your email address will not be published. Required fields are marked *