#Breaking News

ମନରୋଗା ପ୍ରାପ୍ୟ ମିଳୁନି, ବିଡିଓଙ୍କ ଦୃଢ ପ୍ରତିଶୃତି ପରେ ଆମରଣ ଅନଶନ ରୁ ଓହରିଲେ ହୀତାଧିକାରୀ


ଫୁଲବାଣୀ-୭/୧୧(ସୁନୀଲ ପଟନାୟକ)
କାମ କରି ପ୍ରାପ୍ୟ ପାଇଲେନି । ପ୍ରାପ୍ୟ ପାଇଁ ପଞ୍ଚାୟତ ରୁ ବ୍ଳକ ଓ ଜିଲାପାଳ ଯାଏ ଧାଇଁ ଧାଇଁ ଶେଷରେ ହତାଶ ହୋଇଯିବାପରେ ଅନ୍ୟ ଉପାୟ ନ ପାଇ ଶେଷରେ ନିଜର ହକ ପ୍ରାପ୍ୟ ପାଇବାପାଇଁ ବ୍ଳକ ସମ୍ମୁଖରେ ଆମରଣ ଅନଶନରେ ବସିଲେ ହିତାଧି କାରି. । ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଦାରିଙ୍ଗବାଡି ବ୍ଳକ ସିମନ ବା ଡିପଞ୍ଚାୟତରେ ।
ଖବର ପାଇବାପରେ ଦାରିଙ୍ଗବାଡିବିଡିଓଗଦାଧର ପାତ୍ର ଅନଶନକାରୀଙ୍କ ପାଖରେ ପହଞ୍ଚି ନିର୍ଭର ପ୍ରତିଶୃତି ଦେବା ପରେ ଅନଶନରୁ ଓହରିଥିଲେ । ସୁଚନାଯୋଗ୍ୟଯେ, ସିମନବାଡି ପଞ୍ଚାୟତରେ ମନରେଗା ଯୋଜନାରେ ଗୁହାଳ କର ନିର୍ମାଣସହ କୁ ଅ ମଧ୍ୟ ଖୋଳିଥିଲେ ହିତାଧିକାରୀ।
ହେଲେ ହିତାଧିକାରିଙ୍କୁ କେବଳ ଶ୍ରମ କାର୍ଯପାଇଁ ଅର୍ଥ ମିଳିଥିବାବେଳେ ପଥର, ମେଟାଲ, ବାଲି ସିମେଣ୍ଟ ବାବଦ ଅର୍ଥ ମିଳିନଥିଲା। ଫଳରେ ବାକି ରେ ଆଣି କାମକରିଥିବାରୁ ସାହୁକାରମାନେ ଟଙ୍କା ମାଗିବାକୁ ହିତାଧିକାରୀଙ୍କ ଘରକୁ ଆସିଲେ । ଫଳରେ ସେମାନେ ଅନଶନ କରିବାକୁ ବାଧ୍ୟହେଲେ ବୋଲି ଅନଶନରେ ବସିଥିବା ରଂଜନ ଦିଗାଲ, ପରମେଶ୍ଵର ପ୍ରଧାନ , ନଟବର ପ୍ରଧାନ ପ୍ରମୁଖ କହିଛନ୍ତି। ତେବେ ବିଡିଓଙ୍କ ପ୍ରତିଶୃତି ପରେ ସେମାନେ ଧାରଣା ପ୍ରତ୍ୟାହୃତ କରିଥିବା କହିଛନ୍ତି।ବିଡିଓ ତାଙ୍କ ପ୍ରତିଶୃତି କେତେ ରକ୍ଷା କରୁଛନ୍ତି ତାହା ଆଗକୁ ଜଣା ପଡିବ।

Leave a comment

Your email address will not be published. Required fields are marked *