#Breaking News

ନବ ନିଯୁକ୍ତ ଜିଆରଏସ ଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ


ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)
ଜିଲ୍ଲା ପଞ୍ଚାୟତ ରାଜ ବିଭାଗ ଦ୍ଵାରା ନିଯୁକ୍ତ ପାଇଥିବା ଜିଆରଏସ ଙ୍କ ଦୁଇ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ନବ ନିଯୁକ୍ତ ଜିଆରଏସ ମାନଙ୍କୁ ଗରିବଙ୍କ ଏବଂ ଖଟିଖିଆ ଙ୍କ ପାଇଁ ପଞ୍ଚାୟତ ସ୍ତରରେ ଲାଗୁ ହୋଇଥିବା ଯୋଜନା ଗୁଡ଼ିକର ଠିକ୍ ତଦାରଖ କରି ସମାଜର ଉନ୍ନତି କରିବାକୁ ଆହ୍ବାନ ଦେଇଥିଲେ। ଏଥିରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ କୃତି ବାସ ରାଉତ ମଧ୍ୟ ପ୍ରଶିକ୍ଷାର୍ଥୀଙ୍କୁ ଠିକ୍ ଭାବରେ ତାଲିମ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।

Leave a comment

Your email address will not be published. Required fields are marked *