#Breaking News

ଫୁଲବାଣୀ ମୁନିସପାଲଟି ସମେତ ଜିଉଦୟଗିରି ଓବାଲିଗୁଡ଼ା ଏନ ଏସି ସଂରକ୍ଷଣ ତାଲିକା


ଫୁଲବାଣୀ-(ସୁନୀଲପଟନାୟକ)
ଆଗକୁ ମାସ କେଇଟା ଗଲେ ପୌର ନିର୍ବାଚନ I ଫଳରେ ଏହାକୁ ଦୃଷ୍ଟିରେ ରଖି ଫୁଲବାଣୀ ପୌରପାଳିକା ସମେତ ଜିଉଦୟଗିରି ଓ ବାଲିଗୁଡ଼ା ଏନଏସିର ୱ ୲ର୍ଡଆରୀ ସଂରକ୍ଷଣ ତାଲିକା ପ୍ରକାଶ କରାଯାଇଛି ।
୧୩ ୱ।ର୍ଡ ବିଶିଷ୍ଟ ଫୁଲ ବାଣୀ ପୌରପରିଷଦର ୧ନଂ.୮ନଂ,୧୦ ନଂ ଓ ୧୨ ନଂ ଆସନ ଅଣସଂରକ୍ଷିତ ଥିବାବେଳେ ୪,୯ ଓ ୧୧ଆସନ ଅନୁସୁଚିତ ଜାତି ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ୫,୬,୧୩ ନମ୍ବର ୱ।ର୍ଡ ସାଧାରଣ ବର୍ଗ ମହିଳା ଙ୍କ ପାଇଁ ଥିବା ବେଳେ ୨ନମ୍ବର ୱ ୲ର୍ଡ କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ । ୩ ନମ୍ଵରୱ ୲ର୍ତ ଅନୁସୂଚିତ ଜନଜାତି ପାଇଁ ଉଦ୍ଦିଷ୍ଟ ରଖାଯାଇଛି ।
ବାଲିଗୁଡ଼ା ଏ ନ ଏସିରେ ୧୩ଟି ୱ।ର୍ଡ ପାଇଁ ସଂରକ୍ଷଣ ତାଲିକା ପ୍ରସ୍ତୁତ ହୋଇଛି । ସେଥିମଧ୍ୟରୁ ୧,୬,୧୧ନମ୍ୱର ୱ।ର୍ଡ ଅସଂରକ୍ଷିତ ଥିବାବେଳେ ୨ ଓ ୫ ନମ୍ବର ୱ।ର୍ଡ ଅନୁସୁଚିତ ଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ, ରହିଛି ।୭, ୮ ୯,ଓ୧୦ ନମ୍ବର ୱ।ର୍ଡସ ସାଧାରଣ ବର୍ଗ ମହିଳା ଙ୍କ ପାଇଁ ରହିଛି ।
୪ ନମ୍ବର ୱ ୲ର୍ଡ ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷଣ ଥିବା ବେଳେ ୧୨ନମ୍ବର ୱ ୲ର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ।
୧୩ନମ୍ବର ୱ।ର୍ଡ ଅନୁସୁଚିତ ଜାତି ପାଇଁ ରହିଛି ।
ସେହିପରି ଜିଉ ଦୟଗିରି ଏନଏସିର ୧୩ଟି ୱ।ର୍ଡ ମଧ୍ୟରୁ ୧,୫, ୮ଓ ୧୩ୱ।ର୍ଡ ଅସଂରକ୍ଷିତ ରହିଛି । ୨, ୪, ୭,ଓ ୯ନମ୍ବର ସାଧାରଣ ବର୍ଗ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ୧୧ଓ ୧୨ଅନୁସୁଚିତ ଜନଜାତି ମହିଳାଙ୍କ ପାଇଁ ରହିଛି । ୩ ନମ୍ବର ୱ।ର୍ଡ଼ ଅନୁସୁଚିତ ଜାତି ମହିଳାଙ୍କ ପାଇଁ ଥିବା ବେଳେ ୧୦ ନମ୍ବର ୱ।ର୍ଡ ଅନୁସୂଚିତ ଜନଜାତିଙ୍କ ପାଇଁ ରହିଛି।୬ ନମ୍ବର ୱ।ର୍ଡ ଅନୁସୂଚିତ ଜାତିଙ୍କ ପାଇଁ ରହିଛି।
ସଂରକ୍ଷଣ ତାଲିକାକୁ ନେଇପୌରଞ୍ଚଳ 6ର ବିଭିନ୍ନ ଦଳର ନେତା ଓ କର୍ମୀମାନେ ଟିକଟ ଲବି ଆରମ୍ଭ କରି ଦେଇଥିବା ଜଣାପଡିଛି । ତେବେ ଏଥର ଅଧ୍ୟକ୍ଷ ପଦବୀ ପାଇଁସିଧାସଳଖ
ନିର୍ବାଚନ ହେବ। ଅଧ୍ୟକ୍ଷ ପଦବୀର ସଂରକ୍ଷଣ ତାଲିକ। ପ୍ରକାଶ ପାଇନଥିବା ଫଳରେ ଏହି ପଦବୀ ପାଇଁ ଆଶୀୟୀ ନେତାମାନେ ଅନାଇ ବସିଛନ୍ତି ।
ତେବେ ଫୁଲବାଣୀ ପୌର।ଧ୍ଯକ୍ଷ ଆସନ ସାଧାରଣ ବର୍ଗ ହେବ ବୋଲି କୁହାଯାଉଥିବାବେଳେ ବାଲିଗୁଡ଼ା ଏନଏସି ଅଧ୍ୟକ୍ଷ ଆଦିବାସୀଙ୍କ ପାଇଁ ଓ ଜି.ଉଦୟଗିର ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ରହିପାରେ ବୋଲି ଶୁଣିବାକୁ ମିଳୁଛି । ତେବେ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇଲେ ହିଁ ସଠିକଜଣାପଡିବ ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *