#Breaking News

ଢେଙ୍କାନାଳରେ କଂଗ୍ରେସର ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ


ଢେଙ୍କାନାଳ(ଉଲାପ୍ର)ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ପ୍ରତିବାଦରେ ଆଜି ଢେଙ୍କାନାଳରେ କଂଗ୍ରେସ ଦଳ ପକ୍ଷରୁ ୬ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି | ସକାଳ ୧୦ଟା ସମୟରେ ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ବାଜିଚୌକ ସହୀଦ ମୀନାରରୁ ବାହାରି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ | ସେଠାରେ ମମିତାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ତାଙ୍କୁ ତୁରନ୍ତ ଗିରଫ କରାଯିବାକୁ ଦାବି ଉଠିଥିଲା | ଶେଷରେ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା | ତେବେ ଗତକାଲି ଓଡିଶା ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ ସହରରେ ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ ହୋଇଛି | ସକାଳୁ ସକାଳୁ ଦୋକାନ ବଜାର, ପରିବହନ ଓ କାର୍ଯ୍ୟାଳୟ ଗୁଡିକ ସବୁଦିନ ଭଳି ଖୋଲାରହିଥିଲା | ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସହରରେ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଥିଲେ |

Leave a comment

Your email address will not be published. Required fields are marked *