#Breaking News

ପଦ୍ମଶ୍ରୀ ପୁର୍ଣିମା ଯାନୀଙ୍କୁ ଗାଁ ରେ ବିପୁଳ ସ୍ୱାଗତ ସମ୍ବର୍ଧନା


ଫୁଲବାଣୀ (ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲ୍ଲା ର ଜଣାଶୁଣା କବି, ସମାଜସେବୀ, ସମାଜ ସଂସ୍କାରକ ଶ୍ରୀମତୀ ପୁର୍ଣିମା ଯାନୀ ପଦ୍ମଶ୍ରୀ ସମ୍ମାନ ପାଇବା ପରେ ଗତକାଲି ଗ୍ରାମକୁ ଫେରିବା ପରେ ତାଙ୍କୁ ଗ୍ରାମବାସୀ ବିପୁଳ ସ୍ୱାଗତ ସମ୍ବର୍ଧନା ଜଣାଇଥିଲେ l
ଭାର ତ ର ମହା ମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ରାମନାଥ କୋବିନ୍ଦ ବୁଧୁବାର ରାଷ୍ଟପତି ଭବନ ରେ ଆୟୋଜିତ ସମାରୋହ ରେ ପଦ୍ମଶ୍ରୀ ଉପାଧି ପ୍ରଦାନ କରିଥିଲେ l
ପୁର୍ଣିମା ଙ୍କ ଘର କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ବ୍ଲକ ର ଚାରିପଡା ଗ୍ରାମ ରେ l
ଅ ଆ ଜାଣନ୍ତିନି,ଦ୍ରୁଷ୍ଟି ହୀନ, ହେଲେ ସେ ଦୀର୍ଘ ଛ ଦଶନ୍ଧି ଧରି ଲକ୍ଷା ଧିକ ଭଜନ ର ସ୍ରଷ୍ଟା ସାଜିଛନ୍ତି ପୁର୍ଣିମା l ଏଥିସହ ସେ ଜଣେ ସମାଜ ସଂସ୍କାରକ ମଧ୍ଯl
ଫଳରେ ତାଙ୍କର ସମାଜ ପାଇଁ ଅବଦାନ କୁ ଦ୍ରୁଷ୍ଟି ରେ ରଖି ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ରେ ସମ୍ମାନିତ କରିଥିଲେ l ପୁରସ୍କାର ପାଇବା ପରେ ଗୁରୁବାର ପୂର୍ଣ୍ଣମାସୀନିଜ ଗାଁଖଜୁରୀପଡା କୁ ଫେରିବା ପରେ ଗ୍ରାମବାସୀ ତାଙ୍କୁ ବିପୁଳ ସ୍ୱାଗତସମ୍ବର୍ଧନା ଜଣାଇବା ସହ ଖୁସି ପ୍ରକଟ କରିଥିଲେ l ପଦ୍ମଶ୍ରୀ ପୁରସ୍କାର ପାଇ ସେ ଵିଶେଷ ଖୁସି ବ୍ୟକ୍ତ କରିଥିବା କହିଛନ୍ତି l

Leave a comment

Your email address will not be published. Required fields are marked *