#Breaking News

ପାଇକମାଲ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ ବଣ୍ଟନ


ବରଗଡ଼

(ସତ୍ୟ ନାରାୟଣ ପ୍ରଧାନ) :
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଓଡିଶା ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ପାଇକମାଲ, ମିଠାପାଲି, ଝାରବନ୍ଧ, ଛିନେଇକେଲା, ଜାମସେଠ୍‌ ପଂଚାୟତ ମାନଙ୍କରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଆଜି ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ସାରକାଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମରେ ପାଇକମାଲ ପଂଚାୟତ ସମିତି ଅଧ୍ୟକ୍ଷ ଅଲତାପ ମହମ୍ମଦ, ପଦ୍ମପୁର ବିଧାୟକ ପ୍ରତିନିଧି ଭୋଜରାଜ ସିଂ ବରିହା ଏବଂ ଉପରୋକ୍ତ ସମସ୍ତ ପଂଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ପଂଚାୟତ ସ୍ତରୀୟ ପ୍ରଶାସନିକ ଅଧିକାରୀ ତଥା ପାଇକମାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପାଞ୍ଜଳି ମାଝୀ, ପାଇକମାଲ ତହସିଲଦାର ମନୋଜ କୁମାର ମେହେର, ପାଇକମାଲ ସରପଞ୍ଚ ଧବଳେଶ୍ୱର ସାହୁ, ମିଠାପାଲି ସରପଞ୍ଚ ସହଦେବ ଧରୁଆ, ଜାମ୍‌ସେଠ୍‌ ସରପଞ୍ଚ ରମ୍ଭା ତାଣ୍ଡି, ସମିତି ସଭ୍ୟା ସୁମିତ୍ରା ଭୋଇ, ନୂଆପଡା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁ ପ୍ରତାପ ସିଂ ମାଝୀ, ଡବ୍ଲୁଓଡିଶି ଏକ୍ସପର୍ଟ ପୁଷ୍ପେନ୍ଦ୍ର ସିଂ, ନୂଆପଡା ବିଜେଡି ଜିଲ୍ଲା ସମ୍ପାଦକ ସୁଧୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଉପରୋକ୍ତ ସମସ୍ତ ପଞ୍ଚାୟତରେ ହିତାଧିକାରୀ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କରାଯାଇଥିଲା ।

Leave a comment

Your email address will not be published. Required fields are marked *