#Breaking News

୫ମାସ ହେଲା ଦାଦନ ଖଟିବାକୁ ଯାଇଥିବା ସୋମନାଥ ମୃତ ନା ଜୀବିତ ?


ଫୁଲବାଣୀ(ସୁନୀଲପଟନାୟକ)
ମାସେକିଦିମାସ ନୁହେଁ ଦୀର୍ଘ ୫ ମାସ ହେଲାଣି ଦାଦନ ଖଟିବାକୁ ଯାଇଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଗୁଳିମରା ସାହିର ସୋମନାଥ ପୂଜାରୀ ଙ୍କ କୌଣସି ପତ୍ତା ମି ଳୁନି। ଫଳରେ ସ୍ତ୍ରୀ ଓ ପିଲାମାନେ ସୋମନାଥଙ୍କ ଆସିବା ବାଟକୁ ଚାହିଁ ଚାହିଁ ସେମାନଙ୍କଆଖିରୁ ଲୁହ ଶୁଖିଗଲାଣି । ସ୍ଵାମୀ ସୋମନାଥଙ୍କୁ ଖୋଜି ଆଣିବା ଲାଗି ପ୍ରଶାସନଠୁ ଆ ରମ୍ଭ କରି ପୋଲିସକୁ ଜଣାଇଥିଲେ ବିଫଳ ଶୁନ..।
ସୂଚନାଯୋଗ୍ୟଯେ ଗାଁରେ କାମ ଧନ୍ଦା ମିଳିଲାନି ଫଳରେ ପରିବାର ମୁହଁରେ ଦୁଇଓଳା ଦୁଇମୁଠ । ଦାନ । ଦେବା ସହ ପାଠପଢ଼ାଇବା ମୁସ୍କିଲ ହୋଇଗଲା, ସୋମନାଥଙ୍କ ପାଇଁ।
ଫଳରେ ବାଧ୍ୟହୋଇ ସୋମନାଥ ଦାଦନ ଖଟିବା ଲାଗି ବାଲିଗୁଡ଼ାର ସନ୍ତୋଷ ମଙ୍ଗରାଜ ନାମକ ଜଣେ ଦଲାଲର ପ୍ରଲୋଭନରେ ପଡ଼ି ରୋଜଗାର ଆଶାରେ ଆନ୍ଧ୍ରପ୍ରଦେଶ ଯାଇଥିଲା। ତେବେ ଦୁଇ ଦିନ ପରେ ସୋମନାଥ ନିଜ ଗ୍ରାମ ବାଲିଗୁଡ଼ା ଫେରିଆସୁଥିବାବେଳେ ଗୁଣ୍ଟୁର6ଷ୍ଟସନରେ ନିଖୋଜ ହୋଇଯାଇଥିବା ଖବର ଆସିଥିଲା। ସେହିଦିନଠାରୁ ସୋମନାଥଙ୍କ କୌଣସି ଖବର ଅନ୍ତର ନାହିଁ। ଏପଟେ ପରିବାର ଚଳିବା କାଠିକର ହୋଇଗଲାଣି।
ସୋମନାଥ ଏବେ କେଉଁଠି ଅଛନ୍ତି ଜିବୀତ ନା ମୃତ ଜଣା ପଡୁନି .।
ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ସହାୟତା ଯୋଗାଇଦେବା ଲାଗି ପରିବାରବର୍ଗନିବେଦନ କରିଛନ୍ତି।

Leave a comment

Your email address will not be published. Required fields are marked *