#Breaking News

ଗଛରେ ପିଟି ହେଲା ବାଇକ ୨ମୃତ ଅନ୍ୟ ଜଣେ ଗୁରୁତର


ଫୁଲ ବାଣୀ( ସୁନୀଲ ପଟନାୟକ)
ରବିବାର ଏକ ପଲସର ବାଇକ ଭାରସାମ୍ୟ ହରାଇ କନ୍ଧମାଳ ଜିଲ୍ଲାରାଇକିଆ ଥାନା ଅନ୍ତର୍ଗତ ବାକିଙ୍ଗିଆ ନିକଟସ୍ଥ ରାସ୍ତାକଡ଼ଗଛରେ ପିଟି ହୋଇଯିବା ଫଳରେ ବାଇକରେ ଯାଉଥିବା ୩ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଅମିତ ଡିଗାଲ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅମିତ ଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ରାଇକିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାକୁ ସ୍ଥାନ ।ନ୍ତର କରାଯାଇଛି । ୩ ଜଣ ମିଶି ବାଇକରେ ବସି ଜି.ଉଦୟଗିରିରୁରାଇକିଆଯିବା ବେଳେ ଘଟିଥିଲା ଏହି ଦୁର୍ଘଟଣା ।
ଖବର ପାଇ ରାଇକିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ମୃତକଙ୍କ ପରିଚୟ ଏଯାଏ ମିଳିନି ।

Leave a comment

Your email address will not be published. Required fields are marked *