#Breaking News

ଦାରିଙ୍ଗବାଡିଠାରେ ଟାୱାରରେ ନିଆଁ ଲାଗିଲା. ଲୋକେ ଭୟଭୀତ


ଫୁଲବାଣୀ( ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିଠାରେ ଥିବା ଏକ ବେସରକାରୀ ମୋବାଇଲ ଟାୱାରରେ ସଂଧ୍ୟାରେ ହଠାତ ନିଆଁ ଲାଗି ହୁତ ହୁତ ହୋଇ ଜଳିବା ଦେଖି ସ୍ଥାନୀୟ ଲୋକେ ଭୟଭିତ ହୋଇଯାଇଥିଲେ । ଲୋକେ ଏ ନେଇ ସ୍ଥାନୀୟ ଦମକଳ ବାହିନୀକୁ ଖବର ଦେବା ପରେ ଦମକଳ ବିଭାଗ କର୍ମଚାରି ପହଞ୍ଚି ନିଆଁ କୁ ଆୟତ କରିଥିଲେ ।
ତେବେ ଟାୱ। ର ର ଡିଜି ସେଟକିପରି ନିଆଁ ଲାଗିଲା ଜଣା ପଡିନଥିଲେ ମଧ୍ୟ ସର୍ଟ ସର୍କିଟଯୋଗୁ ଡିଜି ସେଟରେ ନିଆଁ ଲାଗିଯାଇଥାଇପାରେ ବୋଲି କୁହାଯାଉଛି।
ଅଗ୍ନିକାଣ୍ଡ ପରେ ଟାୱ। ର ଅଚଳ ହୋଇଯାଇଛି । ଦାରିଙ୍ଗବାଡି ଏକ ପର୍ଯ୍ୟଟନସ୍ଥଳୀ ହୋଇଥିବାରୁ ଓ ବର୍ତ୍ତମାନ ପର୍ଯ୍ୟଟକ ଆସୁଥିବା ଫଳରେ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି।

Leave a comment

Your email address will not be published. Required fields are marked *