#Breaking News

ପ୍ରଶାସନ ଶୁଣିଲାନି, ଚାଷୀ ନିଜେ କଲେ କେନାଲ ମରାମତି


ଫୁଲବାଣୀ (ସୁନୀଲ ପଟନାୟକ )
ଗୁହାରି କରି କରି ପ୍ରଶାସନ ଶୁଣିଲାନି, ଫଳରେ ଚାଷୀ ମାନେ ଏକଜୁଟ ହୋଇ ନିଜ ଖର୍ଚରେ କେନାଲ ମରାମତି କଲେ ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜ଼ିଲ୍ଲା ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ରତିଙ୍ଗିଆ ଅଂଚଳ ରେ l
ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର କଲିନାଯୁ ଡ୍ୟାମ ରହିଛିI ସାରଙ୍ଗଧରପୁର ଓ ଆର୍. ପଡିକିଆ ଗ୍ରାମରୁ ମାତ୍ର ଏକ କିମି. ଦୂରରେ କିନ୍ତୁ ଏହି ଅଞ୍ଚଳର ଚାଷ ଜମି କୁ କେନାଲ ପାଣି ପହଂଚି ପାରୁନି l
କେନାଲ ମରାମତି କରିବାକୁ କୁଆଡେ ପ୍ରତି ବର୍ଷ ଅର୍ଥଅନୁଦାନ ଆସୁଛି ହେଲେ ମରାମତି ନ ହେବା ଫଳରେ ୧୦ ରୁ ୧୫ ବର୍ଷ ହେଲାଣି କୌଣସି ବର୍ଷ ପାଣି ଆସୁନାହିଁ। ଯାହା ଫଳରେ ଏହି ଅଞ୍ଚଳର ଚାଷୀମାନେ ନା ରବି ଫସଲ କରିପାରୁଛନ୍ତି ନା ଖରିଫ ଫସଲ କରିପାରୁଛନ୍ତି। ପୂର୍ବରୁ ଅନେକ ଥର ଅଭିଯୋଗ କରାଯାଇଛି ହେଲେ କୌଣସି ସୁଫଳ ମିଳୁ ନି l ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟଏହି ଅଂଚଳ ରେ ଅନେକ ଜମି ପଡିଆ ରହିଯାଇଛି। ବର୍ତ୍ତମାନ ଅଞ୍ଚଳର ଯୁବ ଗୋଷ୍ଠୀ ଏକାଠି ହୋଇ ନିଜ ଗାଁର ଖାଲି ପଡ଼ିଥିବା ଜମିରେ ବିଭିନ୍ନ ପନିପରିବା ଚାଷ କରିବା ପାଇଁ ମନ ବଳାଇ କେନାଲ ମରାମତି କରିବା ସହିତ ସଫା କରି ଅଞ୍ଚଳକୁ ପାଣି ନେବା ପାଇଁ ଅଣ୍ଟା ଭିଡିଛନ୍ତି। ଏପଟେ ପ୍ରତି ବର୍ଷ ଶେଷ ସରକାର ଜଳ କର ଆଦାୟ କରୁଛନ୍ତି କିନ୍ତୁ ପାଣି ପାଇଁ ଚାଷୀମାନେ ଅଭିଯୋଗ କଲେ କେହି ଶୁଣୁନାହାନ୍ତି ।
ଅଞ୍ଚଳର ହୃଷିକେଶ ପ୍ରଧାନ,ସତ୍ୟ ଚରଣ ପ୍ରଧାନ,ସୁଜିତ ପ୍ରଧାନ, ଅନିଲ ପ୍ରଧାନ, ବୁଲୁ ପ୍ରଧାନ, ସାନୁଜ ପ୍ରଧାନ ଓ ଉଦ୍ଧବ ପ୍ରଧାନ ଭଳି ଯୁବଚାଷୀ ମାନେମିଶି ଜମି କୁ ପାଣି ମାଡ଼ିବ ଏବଂ ଚାଷୀମାନେ ଉପକୃତ ହୁଅନ୍ତୁ ବୋଲି କେନାଲ ସଫାକରି ପାଣି ନେବାରେ ସଫଳ ହୋଇଛନ୍ତି। ଯୁବକ ମାନଙ୍କ ଏଭଳି କାର୍ଯ୍ୟ କୁ ସାଧାରଣ ରେ ପ୍ରଶଂସା କରାଯାଇଛି l

Leave a comment

Your email address will not be published. Required fields are marked *