ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୫୫ ତମ ଜାତୀୟ ପ୍ରେସ ଦିବସ ପାଳିତ

Udaya_Labanya | November 16, 2021 | 15 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା
ବାଲିଗୁଡା ଉପଖଣ୍ଡ ସ୍ତରୀୟ ୫୫ ତମ ପ୍ରେସ ଦିବସ ସ୍ଥାନୀୟ ବନଵସୀ ସେବା ସମିତି ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସାମ୍ବାଦିକ ମନୋରଞ୍ଜନ ରାୟ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ସତ୍ୟନାରାୟଣ ପାଢ଼ୀ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡ଼.ସୁଶାନ୍ତ କୁମାର ଦାଶ, ସମ୍ମାନିତ ଅତିଥି ଭାବେ ନାରାୟଣ ଚୌଧୁରୀ ଯୋଗ ଦେଇଥିଲେ |କରୋନା ସମୟରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିବାବେଳେ ଆଜିର ଦିନ ପ୍ରେସ ଦିବସ ରେ ସାମ୍ବାଦିକଙ୍କ ଏକତା ରହିବା ଆବଶ୍ୟକ ଓ ଆଜିର ଦିନରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱ ପୂର୍ଣ୍ଣ ବୋଲି ସୁଶାନ୍ତ କୁମାର ଦାଶ ମତ ରଖିଥିଲେ | ସାମ୍ବାଦିକ ସନ୍ତୋଷ କୁମାର ଦାସ ଅତିଥି ମାନଙ୍କର ପରିଚୟ ସହ ସ୍ୱାଗତ କରିଥିବା ବେଳେ ସାମ୍ବାଦିକ ଭଗବତୀ ପ୍ରସାଦ ସାବତ ଅତିଥି ମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ |ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ କରତାଳି ଦେଇ ସଭା ସାଙ୍ଗ କରିଥିଲେ |

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories