#Breaking News

ଉତ୍କଳ ସାମ୍ବାଦିକ ସଙ୍ଘର ପିପିଲି ଠାରେ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ


ପିପିଲି(ଉଲାପ୍ର)ପୁରୀ ଜିଲା ପିପିଲି ରାଞ୍ଚ ହୋଟେଲ ଠାରେ ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।ପିପିଲି ସାମ୍ବାଦିକ ସଙ୍ଘ ସଭାପତି ରାଜକିଶୋର ସ୍ବାଇଁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ପିପିଲି ର ବିଧାୟକ ରୁଦ୍ରପ୍ରତାପ ମହାରଥୀ।ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ବଡଖବର ର ସମ୍ପାଦକ ଅର୍ଧେନ୍ଦୁ ଦାସ, ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ବେଣୁଧର ପଣ୍ଡା,ବରିଷ୍ଠ ସାମ୍ବାଦିକ ବଙ୍କିମ ନାୟକ,ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଥିଲେ,ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲାର ସାମ୍ବାଦିକ ତଥା ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଆଜିର ରାସିଫଳ

Leave a comment

Your email address will not be published. Required fields are marked *