#Breaking News

ଜାତୀୟ ପ୍ରେସ ଦିବସ ପାଳିତ ସମାଜର ସର୍ବାଙ୍ଗୀନ ବିକାଶ ନିମନ୍ତେ ଗଣମାଧ୍ୟମର ସକାରାତ୍ମକ ଭୂମିକା ଗୁରୁତ୍ଵପୂର୍ଣ – ଜିଲ୍ଲାପାଳ

ଢେଙ୍କାନାଳ(ଉଲାପ୍ର)ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସମାଜର ସର୍ବାଙ୍ଗୀନ ବିକାଶ ନିମନ୍ତେ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ସକାରାତ୍ମକ ମନୋବୃତ୍ତିରେ ପ୍ରଶାସନର ସହଯୋଗ କରିବାକୁ ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି । ବିକାଶର ଧାରାକୁ ତ୍ବରାନ୍ବିତ କରିବା ପାଇଁ ଅପହଞ୍ଚ ଅଞ୍ଚଳର ଖବରକୁ ଜନସାଧାରଣ ଓ ପ୍ରଶାସନର ଅବଗତି ନିମନ୍ତେ ପ୍ରଚାର ପ୍ରସାର କରିବାକୁ କହିଛନ୍ତି । ଏହି ଅବସରରେ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ ରଥ , ଶ୍ରୀ ଅମୀୟ ଚାନ୍ଦ , ଶ୍ରୀ ସତ୍ୟ ସ୍ବରୂପ ଦାସ , ଶ୍ରୀ ପ୍ରତାପ କୁମାର ବରାଳ , ଶ୍ରୀ ରତନ କୁମାର ନାୟର , ଶ୍ରୀ ଅମରେନ୍ଦ୍ର ଦାସ , ଶ୍ରୀ ଅମନ ଆୟୁଷମାନ ଦାସ ପ୍ରମୁଖ ବିଭିନ୍ନ ପରିସ୍ଥିତିରେ ଗଣମାଧ୍ୟମ ଗ୍ରହଣ କରୁଥିବା ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଦେଶବାସୀଙ୍କ ସୁରକ୍ଷା ନିମନ୍ତେ ମହାମାରୀ ସମୟରେ ନିଜର ଜୀବନକୁ ବାଜି ଲଗାଇ ଗଣମାଧ୍ୟମର ପ୍ରତିନିଧୂମାନେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିଛନ୍ତି । ପ୍ରଶାସନ ଓ ଗଣମାଧ୍ୟମ ସମନ୍ଵୟ ରକ୍ଷା କରି କାରାତ୍ମକ ଚିନ୍ତାଧାରାରେ ସଂବାଦ ପରିବେଷଣକୁ ଗୁରୁତ୍ବ ଦିଆଯାଇ ଜିଲ୍ଲାର ବିକାଶ ଦିଗରେ ସହଯୋଗ କରୁଛନ୍ତି । ଢେଙ୍କାନାଳ ଜିଲ୍ଲାକୁ ରାଜ୍ୟର ଏକ ଶ୍ରେଷ୍ଠ ଜିଲ୍ଲା ଭାବେ ଗଢି ତୋଳିବାକୁ ଗଣମାଧ୍ୟମ ସର୍ବଦା ଆଗେଇ ଆସିଛି ବୋଲି ପ୍ରତିନଧିମାନେ ପ୍ରକାଶ କରିଛନ୍ତି । ବୈଠକ ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଶାରଦା ପ୍ରସାଦ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ । ଏହି ଅବସରରେ ଦିବଙ୍ଗତ ସାମ୍ବାଦିକଙ୍କ ଅମର ଆତ୍ମାର ଶାନ୍ତି ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରଯାଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ସଦର ଉପଜିଲ୍ଲାପାଳ ଶ୍ରୀମତୀ ସ୍ନିଗ୍ଧା ରାଣୀ ଧଳ , ହିନ୍ଦୋଳ ଉପଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ରଙ୍କ ସମେତ ସମସ୍ତ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

Leave a comment

Your email address will not be published. Required fields are marked *