#Breaking News

ରକ୍ତଦାନ ଶିବିର ଅନୁଷ୍ଠିତ

ପରଜଙ୍ଗ(ଉଲାପ୍ର) କୁମୁସୀ ଗ୍ରାମ ପଞ୍ଚାୟତର ବସନ୍ତପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବସନ୍ତପଡ଼ା ଠାରେ “ଯୁବଶକ୍ତି” ସମର୍ପିତ ଓଡ଼ିଶା ଓ କାର୍ତିକେଶ୍ୱର ପୂଜା କମିଟି ବସନ୍ତପଡ଼ା ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା, ଏହି ରକ୍ତଦାନ ଶିବିର ଯୁବଶକ୍ତି ର ଅଧକ୍ଷ ହିମାଂଶୁ ଭୂଷଣ ବାରିକ ଙ୍କ ନେତୃତ୍ୱରେ ୩୫ ଉନିଟ୍ ରକ୍ତ ସଂଗୃହୀତ ହୋଇଥିଲା, ଏହି ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ସମସ୍ତ ସୁଖ ଦୁଃଖର ସାଥୀ ଯୁବବର୍ଗ ଙ୍କ ଆଦର୍ଶ ଲୋକପ୍ରିୟ ଯୁବନେତା ଅସିତ୍ କୁମାର ରାୟ ଚୌଧୁରୀ (ଚିଣ୍ଟୁ ଭାଇ), ସମ୍ମାନିତ ଅତିଥି ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ପରଜଙ୍ଗ ବ୍ଲକ ଯୁବ ବିଜେଡ଼ି ସଭାପତି ସୁବ୍ରତ ଦାସ ଯୋଗଦାନ ଦେଇ ପ୍ରଥମେ ବୃକ୍ଷ ରୋପଣ କରିବା ସହ ରକ୍ତଦାନ ଶିବିର କୁ ଉଦଘାଟନ କରି କହିଥିଲେ ରକ୍ତଦାନ ମହପୁଣ୍ୟ, ଆମେ ରକ୍ତଦାନ କରିବା ଦ୍ୱାରା ଅନ୍ୟ ମାନଙ୍କର ଜୀବନ ବଞ୍ଚାଇବା ସହ ଆମେ ନିଜେ ମଧ୍ୟ ସୁସ୍ଥ ଆଉ ସୁରକ୍ଷିତ ରେ ରହି ଥାଆନ୍ତୁ, ଆଜିର ଦିନରେ ଯୁବ ଛାତ୍ର ମାନଙ୍କ ପାଇଁ ରକ୍ତଦାନ ଏକ ବିପ୍ଲବ ରେ ପରିଣତ ହୋଇ ପାରି ଅଛି, ଏଣୁ ଆସନ୍ତୁ ଆମେ ସମସ୍ତେ ଶପଥ ନେବା ଆମେ ସମସ୍ତେ ରକ୍ତଦାନ କରି ନୂତନ ଜୀବନ ଦାନ ଦେଇ ରକ୍ତ ଅଭାବ କୁ ଦୂର କରିବା ଏବଂ ସମସ୍ତଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆହ୍ବାନ ଦେଇଥିଲେ, ଆଜିର ଏହି ରକ୍ତଦାନ ଶିବିର ରେ ଗଣମାଧ୍ୟମ ପ୍ରତିନିଧି ସୁବ୍ରତ ବିଶ୍ଵାଳ, ସଞ୍ଜୀବ ଖିଲାର ସମସ୍ତ ପରିଚାଳନା କରୁଥିଲେ, ଏହି କାର୍ଯ୍ୟକ୍ରମରେ ରେ ଅନ୍ୟମାନଙ୍କ ମଧ୍ୟରେ ଗଣମାଧ୍ୟମ ପ୍ରତିନଧି ନୂତନ କୁମାର ସାହୁ, ନିର୍ମଳ ଗଡ଼ନାୟକ, ଲକ୍ଷ୍ମୀଧର ନାୟକ, ବିନୟ ଦାସ, ସୂର୍ଯ୍ୟକାନ୍ତ ବେହେରା, ବିପିନ୍ ଜେନା, ସୁଜିତ୍ ଦଳ ବେହେରା, ବାପି ଭୋକ୍ତା, ପ୍ରେମାନନ୍ଦ ସାହୁ, ସୁବଳ ରାଉତ, ଦିତ୍ତିକୃଷ୍ଣ ନାୟକ, ରିଣ୍ଟୁ ଦାସ, ଅଶୋକ ପଣ୍ଡା, ସୋସିଆଲ ମିଡ଼ିଆ ତରଣୀ ସେନ୍, ବସନ୍ତପଡ଼ା କାର୍ତିକେଶ୍ୱର ପୂଜା କମିଟିର ସଦସ୍ୟ ମହେନ୍ଦ୍ର ଖିଲାର, ଅରବିନ୍ଦ ଖିଲାର, ଚନ୍ଦନ ସାହୁ, ସିଦ୍ଧାନ୍ତ ଖିଲାର, ବିନୋଦ ବିଶ୍ଵାଳ, ସିପୁନ ସାହୁ, ଆଶୁତୋଷ ବିଶ୍ଵାଳ, ରାମ ଚନ୍ଦ୍ର ଖିଲାର, ସୁବ୍ରତ ନାୟକ, ଅନିଲ ନାୟକ, ଢେଙ୍କାନାଳ ବ୍ଲଡ଼ ବ୍ୟାଙ୍କର ପରମାନନ୍ଦ ପଣ୍ଡା ଓ ସମସ୍ତ ସ୍ବାସ୍ଥ୍ୟ କର୍ମୀ, ଏବଂ ସମସ୍ତ ଗ୍ରାମବାସୀ ସାମିଲ ହୋଇଥିଲେ

Leave a comment

Your email address will not be published. Required fields are marked *