ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ବୋଇତ ବନ୍ଦାଣ ଉତ୍ସବ

Udaya_Labanya | November 19, 2021 | 41 views |0 | Breaking News


ଫୁଲବାଣୀ(ସୁନୀଲ ପଟ୍ଟନାୟକ) କରୋନା କଟକଣା କୋହଳ ହୋଇଥିବାରୁ ଆଜି ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ବୋଇତ ବନ୍ଦାଣ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଥିଲା। ସକାଳୁ ସକାଳୁ ଲୋକମାନେ ଫୁଲବାଣୀ ସହରର ନଦୀ ଖଣ୍ଡି ସାହିରେ ଥିବା ପିଲା ସାଲକୀ ତ୍ୟାମ , ପିଅନପଡ଼ା ନଦୀ ଘାଟ, ଫୁଲ ବାଣୀ ସହି, କଲେଜ ଛକ, ଆଦି ବିଭିନ୍ନ ନଦୀ ଘାଟରେ ପୂଜାର୍ଚ୍ଚନା କରିବାସହ ବୋଇତ ଭସାଇଥିଲେ। ହେଲେ ସରକାର କରେ । ନା ସଂକ୍ରମଣ କମିଯାଇ ଥିବା ରୁ ବୋଇତ ବନ୍ଦାଣ ଉପରେ କଟକଣା କୋହଳ କରିଥିବା ଯୋଗୁ ବହୁସଂଖ୍ୟକ ଲୋକ ବୋଇତ ଭସାଇବାକୁ ଆସିଥିଲେ।
ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ବଜାୟ ରଖିବା ପାଇଁ ଡଙ୍ଗା ଭସାଇଥିଲେ। ସେହିପରି ଆକାମାବୈ ପାନ ଗୁଆ 6 ଥାଇ . . . . ପାନ ଗୁଆ 6 ତାର . . . ମାସିକ ଧର୍ମ ମୋର . . . . କହି 6 ବା ଇତ ଭସାଇଥିବା ଦେଖାଯାଇଥିଲା।
ସେହିପରି ମନ୍ଦିର ଯାଇ ଶ୍ରଦ୍ଧାଳୁମାନେ ମନ୍ଦିର ସମ୍ମୁଖରେ ଦୀପ ଜଳାଇ ମୁଣ୍ଡିଆ ମାରିଥିଲେ।
ପୁର୍ବ ବର୍ଷ ତୁଳନାରେ ଏବର୍ଷ ଲୋକଙ୍କଗହଳି ଦେଖିବାକୁ ମିଳିଥିଲା। ତେବେ କୌଣସି ସଂସ୍କୃତିକ କାର୍ଯ୍ୟକ୍ରମ, ନାମ ସଂକୀର୍ତ୍ତନ ଆଦି ଅନୁଷ୍ଠିତ ହୋଇ ନଥିଲା। କାଳେ ଲୋକଙ୍କ ଗହଳି ହେବ କରେ । ନା ସଂକ୍ରମଣ ବଢିଯିବ ସେଥିପାଇଂ ବାରଣ କରାଯାଇଥିଲା । ସେହିପରି ଜିଲ୍ଲାର ବାଲିଗୁଡ଼ା, ଜି.ଉଦୟଗିରୀ, ରାଇକିଆ, କୋଟଗଡ, ଦାରିଙ୍ଗବାଡି ଆଦି ବିଭିନ୍ନ ସ୍ଥାନରେ ଶାନ୍ତିଶୃଙ୍ଖଳାର ସହ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories