#Breaking News

ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବିତରଣ ଏବଂ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ ମୋ ପାଇଁ ପ୍ରତ୍ୟକ ଜୀବନ ମୂଲ୍ୟବାନ , ମୂଖ୍ୟମନ୍ତ୍ରୀ

ଢେଙ୍କାନାଳ (ଉଲାପ୍ର)ଢେଙ୍କାନାଳ ଜିଲ୍ଲାରେ ବିଜୁ ସ୍ଵାସ୍ଥ୍ୟ ସ୍ମାର୍ଟ କାର୍ଡ ଯୋଜନା ସ୍ବାସ୍ଥ୍ୟ ସେବାରେ ସାମିଲ ହୋଇଛି । ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାରେ ‘ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ସ୍ମାର୍ଟ ହେଲିଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏଥ୍ ସହ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଜିଲ୍ଲାରେ ୮୭୬ କୋଟି ୨୭ ଲକ୍ଷ ଟଙ୍କାର ୧୯୫ ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ଏବଂ ଏହି ଅବସରରେ ବିଜୁ ସ୍ବାସ୍ଥ୍ୟ ସେବା ସଚେତନତା ରଥକୁ ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଓଡିଶାର ବିକାଶରେ ଢେଙ୍କାନାଳ ଜିଲ୍ଲାର ଅବଦାନ ବହୁତ ଅଧିକ ରହିଛି ବୋଲି କହିଥିଲେ । ଢେଙ୍କାନାଳ ଜିଲ୍ଲାକୁ ଏକ ସମୃଦ୍ଧ ଜିଲ୍ଲା ଭାବେ ଗଢିବା ଆମର ଲକ୍ଷ୍ୟ । ମୂଖ୍ୟମନ୍ତ୍ରୀ କହିଥିଲେ ମୁଁ ଆଜି ଖୁସି ଯେ ଢେଙ୍କାନାଳ ଜିଲ୍ଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା – ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ସାମିଲ ହୋଇଛି । ଏହା ଦ୍ବାରା ୨ ଲକ୍ଷ ୯୪ ହଜାର ୪୫୫ ପରିବାର ଉପକାର ପାଇବେ । ଏହି

ଯୋଜନାରେ ୯ ଲକ୍ଷ ୯୨ ହଜାର ୨୭୪ ହିତାଧିକାରୀ ଉପକୃତ ହେବେ । ନୂଆ ବ୍ୟବସ୍ଥାରେ ଆପଣମାନଙ୍କୁ ଡାକ୍ତରଖାନାରେ କିଛି ଡକୁମେଣ୍ଟ ଦରକାର ନାହିଁ କେବଳ ଏହି ସ୍ମାର୍ଟ କାର୍ଡ ସାଥ୍‌ରେ ନେଇ ଡାକ୍ତରଖାନାକୁ ଯିବାକୁ ହେବ । ୨୦୦ ରୁ ଅଧିକ ବଡ଼ ବଡ ଡାକ୍ତରଖାନାରେ ଏହି କାର୍ଡ ଦ୍ବାରା ଜନସାଧରଣ ସୁବିଧା ପାଇ ପାରିବେ । ଏହି କାର୍ଡରେ ପରିବାରର ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳା ମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ଏପରି ସେବା ଦେବାରେ ଓଡିଶା ସମଗ୍ର ଦେଶରେ ପ୍ରଥମ ରାଜ୍ୟ । ଏତଦବ୍ୟତୀତ ମୂଖ୍ୟମନ୍ତ୍ରୀ କହିଥିଲେ ଯେ , ମୋ ପାଇଁ ପ୍ରତିଟି ଜୀବନ ମୁଲ୍ୟବାନ । ସେ ଚାଷୀ ହେଉ , ମୁଲିଆ ହେଉ , ଛୋଟ ଦୋକାନୀ ହେଉ , ରିକ୍ସା ଚାଳକ ହେଉ ଅବା ସାଧାରଣ ଲୋକ ସମସ୍ତଙ୍କର ଜୀବନ ମୋ ପାଇଁ ମୂଲ୍ୟବାନ । ସମସ୍ତେ ସୁସ୍ଥ ରୁହନ୍ତୁ , ସ୍ବାସ୍ଥ୍ୟ ସେବା ସୁବିଧାରୁ କେହି ବଞ୍ଚିତ ନହୁଅନ୍ତୁ । ନିଜ ପରିବାର ଓ ରାଜ୍ୟର ଉନ୍ନତି ପାଇଁ କାମ କରିବାକୁ ମୂଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସଭାରେ ମୂଖ୍ୟମନ୍ତ୍ରୀ ୫ ଜଣ ହିତାଧିକାରୀଙ୍କୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରିଥିଲେ ସେମାନେ ହେଲେ ଆବେଦା ବିବି , ପ୍ରିୟମ୍ବଦା ସାହୁ . ଗୌରି ସିଂହ , ସିଲକିସ୍ମିତା ବିଶୋଇ ଓ ପୁଷ୍ପଲତା ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ , ଖଣି , ଇସ୍ପାତ ଓ ପୁର୍ତ୍ତ ବିଭାଗ ଶ୍ରୀଯୁକ୍ତ ପ୍ରଫୁଲ କୁମାର ମଲିକ , ମାନ୍ୟବର ଢେଙ୍କାନାଳ ଲୋକସଭା ସାଂସଦ ଶ୍ରୀଯୁକ୍ତ ମହେଶ କୁମାର ସାହୁ , ମାନ୍ୟବର ଢେଙ୍କାନାଳ ସଦର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ , ମାନ୍ୟବର ପରଜ ବିଧାୟକ ଶ୍ରୀଯୁକ୍ତ ଡାଃ ନୃସିଙ୍ଘା ଚରଣ ସାହୁ , ମାନ୍ୟବର ହିନ୍ଦୋଳ ବିଧାୟୀକା ଶ୍ରୀମତୀ ସୀମାରାଣୀ ନାୟକ ପ୍ରମୁଖ ବକ୍ତବ୍ୟ ରଖିଥିଲେ ଏବଂ ରାଜ୍ୟ ୫ – ଟି ସଚିବ ଶ୍ରୀଯୁକ୍ତ ଭି କେ ପାଣ୍ଡିଆନ , ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଶେଠୀ , ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀଯୁକ୍ତ କେ . ସିବା ସୁବ୍ରମଣି , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶଶାଙ୍କ ଶେଖର ଦାସ , ପ୍ରକଳ୍ପ ନିର୍ଦେଶକ , ଜିଲ୍ଲା ଗ୍ରାମ୍ୟ ଉରନୟନ ସଂସ୍ଥା ଶ୍ରୀଯୁକ୍ତ ସାଫଲ୍ୟ ମଣ୍ଡିତ ପ୍ରଧାନ , ଢେଙ୍କାନାଳ ସଦର ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗଦ୍ଧା ରାଣୀ ଧଳ , ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ , ପି ଆର ଆଇ ମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶର ଉପଦେଷ୍ଟା ସୁଲତା ଦେଓ ଏବଂ ଓଡିଶା ସରକାରଙ୍କ ମୋ କଲେଜ ଅଭିଯାନ ପରିଚାଳନା ସଂଗଠନର ଅଧ୍ୟକ୍ଷ ଆକାଶ ଦାସ ନାୟକ ଏହି ସଭାକୁ ପରିଚାଳନା କରିଥିଲେ । ପରିଶେଷରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

Your email address will not be published. Required fields are marked *