#Breaking News

ଲାଇନପଡ଼ା ଅଞ୍ଚଳରେ ପାନୀୟ ଜଳ ସଙ୍କଟ


ଫୁଲବାଣୀ-(ସୁନୀଲ ପଟନାୟକ)
କନ୍ଧମାଳରେ ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ଯାଏ ବିଭିନ୍ନ ସ୍ଥାନରେଏବଠାରୁ ଜଳକଷ୍ଟ ଦେଖା ଦେଲାଣି । ପାଣି ମୁନ୍ଦେ ପାଇଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ।
ସେହିପରି ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ
ହାଟପଦାଠାରେ ନଳକୁ ପରୁ ପାଣି ବାହାରୁନି। ବେଳେବେଳେ ଅନେକ ସମୟ ମାରିଲେ ଗୋଳି ପାଣି ବାହାରୁଛି । ଯାହାକି ପିଇବା ଯୋଗ୍ୟ ନୁହେଁ।
ଏହି ନଳ କୁପ ଉପରେ ନିର୍ଭର କରୁଥିବା ଜନସାଧାରଣ ପିଇବା ପାଣି ପାଇଂ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥି ପ୍ରତି କନ୍ଧମାଳ ଜିଲ୍ଲାପାଳ ଓ ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଟପଦା ବାସିନ୍ଦା ଦାବୀ କରିଛନ୍ତି ।

Leave a comment

Your email address will not be published. Required fields are marked *