#Breaking News

ଶବ୍ଦ ନୃତ୍ୟ ଗୁରୁ ଭଗବାନ ସାହୁଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ


ବରଗଡ଼ /(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ବରପାଲି ଠାରେ ଶବ୍ଦ ନୃତ୍ୟ ଗୁରୁ ଭଗବାନ ସାହୁଙ୍କ ୨୧ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଶ୍ରୀ ଶ୍ରୀ ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ,କୁମ୍ଭାରୀ ଓ ଗୁରୁ ଭଗବାନ ସାହୁ ସ୍ମୃତି କମିଟି, ବରପାଲି ଆନୁକୂଲ୍ୟରେ ଗଙ୍ଗାଧର ମେହେର କ୍ଲବ ଠାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ରାଜେଶ ରାଏ ଯୋଗଦେଇ ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ନାଟ୍ୟ ନିର୍ଦ୍ଦେଶନା ଏବଂ ଶବ୍ଦ ନୃତ୍ୟ ର ପ୍ରଚାର ପ୍ରସାର ପାଇଁ ଆଜୀବନ ଅକ୍ଲାନ୍ତ ପରିଶ୍ରମ ଏକ ଉଦାହରଣ ଅଟେ। ଏହି ନୃତ୍ୟ କୁ ଶାସ୍ତ୍ରୀୟ ମାନ୍ୟତା ପାଇବା ପାଇଁ ଆମକୁ ସବୁ ଉଦ୍ୟମ ର ଆବଶ୍ୟକତା ରହିଛି ବୋଲି କହିଥିଲେ। ସ୍ମୃତି କମିଟି ର ସଭାପତି ସୁବଳ ମାଝୀ ଙ୍କ ପୈାରହିତ୍ୟ ସଭା ଆୟୋଜିତ ହୋଇଥିବା ବେଳେ ସମ୍ପାଦକ ମହେନ୍ଦ୍ର କୁମାର ମେହେର ଓ ନିରଞ୍ଜନ ମେହେର ସଭା କୁ ପରିଚାଳନା କରିଥିଲେ। ଏହି ଅବସରରେ ନୃତ୍ୟ ଗୁରୁ ଶଙ୍କର ପଟ୍ଟନାୟକ ଏବଂ ସଂଗୀତ ନିର୍ଦ୍ଦେଶକ ରମେଶ ମହାନନ୍ଦଙ୍କୁ ସମ୍ମାନୀତ କରାଯାଇଥିଲା।

Leave a comment

Your email address will not be published. Required fields are marked *