#Breaking News

କନ୍ଧମାଳ ରେ ମକା ଚାଷଙ୍କୁ ମିଳୁନି ପ୍ରୋତ୍ସାହନ – ବ୍ୟବସାୟୀ ମାଲାମାଲ ଚାଷୀ ହତାଶ


ଫୁଲବାଣୀ -(ଉଲାପ୍ର)ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜ଼ିଲ୍ଲାରେ ମକା ଚାଷୀଙ୍କୁ ମିଳୁନି ସରକାରୀ ପ୍ରୋତ୍ସାହନ ଫଳରେ ଚାଷରୁ ମୁହଁ ଫେରିଇଲେଣି ଚାଷୀ l ବାଲିଗୁଡା ଉପଖଣ୍ଡ ଦାରିଙ୍ଗବାଡି ବ୍ଲକ ର ସୀମାନ୍ତବର୍ତ୍ତୀ ବ୍ରାହ୍ମଣୀ ଗାଁ ଅଞ୍ଚଳ ରେ ଏକର ଏକର ଜମିରେ ଚାଷ ହେଉଛି ମକା l ପଡୋଶୀ ଗଜପତି ଜ଼ିଲ୍ଲାରେ ବସବାସ କରୁଥିବା ତିବତ୍ତିଆନ ଶରଣl ର୍ଥୀ ପ୍ରଥମେ ଆରମ୍ଭ କରିଥିଲେ ମକା ଚାଷ,ମକା ଚାଷ ରେ ଭଲ ଲାଭହେବା ଜାଣିବା ପରେ ଜ଼ିଲ୍ଲାର ସମସ୍ତ ଚାଷୀ ମକା ଚାଷକୁ ଆଦରି ନେଇଥିଲେ l ପଡୋଶୀ ଜ଼ିଲ୍ଲାର ଚାଷୀଙ୍କ ଉନ୍ନତି ଦେଖି ବ୍ରାହ୍ମଣୀ ଗାଁ ଅଂଚଳର ଚାଷୀ ପାରମ୍ପରିକ ଚାଷ କୋଳଥ ବିରି ମାଣ୍ଡିଆ ତିଳା ଚାଷ ଛାଡି ଏଵେ ତିନିବର୍ଷ ହେବ ମକା ଚାଷ କାଟୁଛନ୍ତି କିନ୍ତୁ ଚାଷୀ ମୁଣ୍ଡର ଝାଳ ତୁଣ୍ଡରେ ମାରି ହାଡ଼ଭଙ୍ଗା ପରିଶ୍ରମ କରି କ୍ଷତି ସହୁଛନ୍ତି ସାହୁକାର ଙ୍କ ଠାରୁ ଋଣ ଆଣି ଚଢ଼ା ଦରରେ ବିହନ ସାର କିଣି ମକା ଚାଷ କରୁଛନ୍ତି କିନ୍ତୁ ମକା ଅମଳ ସମୟରେ ଚାଷୀଙ୍କ ଠାରୁ କିଲୋପିଛା ମାତ୍ର ଦଶ ଟଙ୍କା ରୁ ପନ୍ଦର ଟଙ୍କା ଦରରେ କିଣା ଯାଉଛି ଫଳରେ ଚାଷୀ ଶୋଷଣର ଶିକାର ହେଉଛନ୍ତି l ମକା ବ୍ୟବସାୟ ରେ ଦଲାଲ ସକ୍ରିୟହୋଇ କମ ଦରରେ ଚାଷୀଙ୍କ ଠାରୁ ମକା କିଣୁଥିବା ଅଭିଯୋଗ ହେଉଛି l ସରକାରଙ୍କ ପକ୍ଷରୁ ଆଦୌ ମକା ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଉ ଦିଆଯାଇନାହଁ କିମ୍ବା ମଣ୍ଡି ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ କରିଛନ୍ତି ଚାଷୀ l ଚାଷୀ ଲାଭବାନ ହେବା ବଦଳେ କ୍ଷତି ସହୁଥିବାରୁ ଜ଼ିଲ୍ଲା ପ୍ରଶାସନ ଅତିଶୀଘ୍ର ଚାଷୀଙ୍କୁ କୃଷି ଋଣ ଓ ମଣ୍ଡି ବ୍ୟବସ୍ଥା କରିବାକୁ ମିଳିତ ନାଗରିକ କମିଟି ର ସଭାପତି ଡ଼ଃ ଅରୂପଜେନା ଓ ବରିଷ୍ଠ ବିଜେପି ନେତା କମଳା କାନ୍ତ ପାଣ୍ଡେ ଦୃଢ ଦାବୀ କରିଛନ୍ତି l

Leave a comment

Your email address will not be published. Required fields are marked *