#Breaking News

ଭିଜିଲାନ୍ସ ଜାଲରେ ଭାରପ୍ରାପ୍ତ ଡିଏସଡବ୍ଲୁଓ


ବରଗଡ଼(ସତ୍ୟ ନାରାୟଣ ପ୍ରଧାନ)
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ବରଗଡ଼ ଜିଲ୍ଲା ର ଭାରପ୍ରାପ୍ତ ଡିଏସଡବ୍ଲୁଓ ଚନ୍ଦ୍ରମା ସାହୁଙ୍କ ଘରେ ଏବଂ କାର୍ଯ୍ୟାଳୟ ରେ ଏକକାଳୀନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଲକ୍ଷାଧିକ ଟଙ୍କା ର ଆୟ ବର୍ହିଭୁତ ସଂପତ୍ତି ଠାବ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ବିଭାଗ ଏସପିଙ୍କ ନିର୍ଦ୍ଦେଶରେ ସମ୍ବଲପୁର ଓ ବରଗଡ଼ ସ୍ଥିତ ବିଭାଗୀୟ କର୍ମଚାରୀ ମାନେ ଏକକାଳୀନ ଚନ୍ଦ୍ରମା ସାହୁଙ୍କ ବରପାଲି ତହସିଲ ଅଫିସ ସମ୍ମୁଖରେ ଥିବା ଦୁଇ ମ‌ହଲା କୋଠା ଘର ଏବଂ ବରଗଡ଼ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ। ଚଢ଼ାଉ ରେ ଘରେ ଲକ୍ଷାଧିକ ଟଙ୍କା ର ସୁନା ରୁପା ଗହଣା ସହ ନଗଦ ୩ଲକ୍ଷ ୫୪ହଜାର ୫୨୦ ଟଙ୍କା,୨ମହଲା କୋଠା ଘର,ଏକ କାର, ବରପାଲି ବ୍ଲକ ଅନ୍ତର୍ଗତ ଗୋପେଇପାଲିଠାରେ ମୂଲ୍ୟବାନ ଚାଷ ଜମି ଠାବ କରାଯାଇଥିବା ଜଣାପଡ଼ିଛି

Leave a comment

Your email address will not be published. Required fields are marked *