#Breaking News

ବରଗଡ଼ ରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ତ୍ରିରଙ୍ଗା ଯାତ୍ରା


ବରଗଡ଼:
(ସତ୍ୟ ନାରାୟଣ ପ୍ରଧାନ)
ସମ୍ବିଧାନ ଦିବସ ଓ ଆମ୍ ଆଦମୀ ପାର୍ଟି ର ସ୍ଥାପନା ଦିବସ ଅବସରରେ ବରଗଡ଼ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା । ୨୦୧୨ ମସିହାରୁ ପାର୍ଟି ଆରମ୍ଭ ହୋଇ ଦିଲ୍ଲୀ ବିଧାନସଭା ନିର୍ବାଚନରେ ହ୍ୟାଟ୍ରିକ ବିଜୟ ସହ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେହିପରି ପଞ୍ଜାବ ରେ ପ୍ରଥମ ଥର ପାଇଁ ୪ ଟି ଲୋକସଭା ସଭ୍ୟ ଜିତିଥିବା ବେଳେ ୨୨ ଟି ବିଧାୟକ ଅଛନ୍ତି ସେହିପରି ଗୁଜୁରାଟ ର ପୌର ନିର୍ବାଚନ ରେ ୨୮ ଟି କର୍ପୋରେଟର ଜିତି ଏବେ ଭାରତରେ ଦ୍ରୁତ ଗତିରେ ବିସ୍ତାର କରୁ ଥିବା ପାର୍ଟି ହୋଇଛି ଆପ୍ । ତ୍ରିରଙ୍ଗା ଯାତ୍ରାର ଆରମ୍ଭ ଆମ୍ବପାଲି ଛକ ରୁ ହୋଇଥିଲା ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଦେଇ ପଦଯାତ୍ରାରେ ଆପ୍ କର୍ମି ମାନେ ଆସି ଅଗ୍ରସେନ ଛକ ରେ ପହଂଚି ଥିଲେ । ମୋଦି ଓ ନବୀନ ସରକାର ର ଜନ ବିରୋଧୀ ନିତୀ କୁ ତୀବ୍ର ସମାଲୋଚନା କରି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ବିଦ୍ୟୁତ, ଖାଇବା ସାମଗ୍ରୀ ର ଦର ବୃଦ୍ଧି କୁ ତୁରନ୍ତ ହ୍ରାସ କରିବାକୁ କହିଥିଲେ ଜିଲ୍ଳା ଆବାହକ ଭବାନୀ ସାହୁ । ସେହିପରି ୨୦୦ ୟୁନିଟ ପର୍ଯ୍ୟନ୍ତ ବ୍ୟବହାର ସମସ୍ତ ପରିବାର କୁ ବିନମୂଲ୍ୟ ରେ ବିଜୁଳି ଦେବାକୁ ଦାବି କରିଛନ୍ତି ।ସହର ପରିକ୍ରମା ବେଳେ ଲେଙ୍ଗୁ ମିଶ୍ର ଛକ, ଥାନା ଛକ, କଚେରୀ ଛକ, ଏସ ପି ଅଫିସ ଛକ ଓ ଗାନ୍ଧୀ ଛକ ଆପ୍ କର୍ମି ମାନେ ପଥ ପ୍ରାନ୍ତ ସଭା କରିଥିଲେ । ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମହିଳା ସଭାପତି ମରିୟମ ବାର୍ଳା, ରାଜ୍ୟ ଯୁବ ସମ୍ପାଦକ ପୌଲସ୍ତ୍ୟ ସାହା, ଅସିତ ସାହୁ, ସିଲାସ ଲୁଗୁନ, ସାହାରୁଖ ଲୋଧିଆ, ଦିଲ୍ଲୀପ ବାର୍ଳା, ସୁଦାମ ସାହୁ, ବିନୟ ପ୍ରଧାନ, ଗ୍ରନ୍ଥ ସାହେବ ସାହୁ, ଖୁସନୁମା ବେଗମ, ଗୋପାଳ ବାଗ, ରାଜେଶ ସାହୁ ଓ ଅନ୍ୟ ମାନେ ଉପସ୍ଥିତ ରହିଥିଲେ ।

Leave a comment

Your email address will not be published. Required fields are marked *