#Breaking News

୮୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା କ.ନୂଆଗାଁ ପୋଲିସ ଓ ଅବକାରୀ ବିଭାଗ


ଫୁଲବାଣୀ- (ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ଚୋରା ଗ6ଞ୍ଜଇ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଚୋରା ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଏବେ ଅଣ୍ଟାଭିଡ଼ିଛି ପୋଲିସ ଓ ଅବକାରୀ ବିଭାଗ। ଗୁରୁବାର ଦିନ ତମାମ କନ୍ଧମାଳ ଜିଲ୍ଲା କ. ନୂଆଗାଁ ପୋଲିସ ଓ ସଦର ଅବକାରୀ ବିଭାଗର କର୍ମଚାରୀ ମାନେ ମିଶି ସାଇନିପଡା ପଞ୍ଚାୟତର ନନ୍ଦ ମାହା, ଗନୀପଡ଼ା ଓ କିରକେଟା ଆଦି ଗ୍ରାମର ଜଙ୍ଗଲ ନିକଟରେ ବେଆଇନ ଭାବେ ଲଗାଯାଇଥିବା
୮ 0 ଏକର ଗଞ୍ଜେଇ ଗଛ ନଷ୍ଟ କରିଥିବା କଥା କ ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ କହିଛନ୍ତି । ଏ ସବୁ ନଷ୍ଟ ହୋଇଥିବା ଗଞ୍ଜେଇ ଗଛମୂଲ୍ୟ ପାଖା ପାଖି ଦଶ କୋଟି ଟଙ୍କା ହେବ ବୋଲି ସାମଲ କହିଛନ୍ତି ।
ଏଥିରେ କ. ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ ମାଜିଷ୍ରେଟଦାୟୀତ୍ଵରେ ଥିବା ତହସିଲଦାର ସମେତ ଆର ଆଇ, ବହୁ ପୋଲି ସ ଓ ଅବକାରୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏନେଇ ପୋଲିସ ୯୭ / ୨୧ ଧାରା ୨୦ (ଏ )ଓଏନଡିପିଏସ ରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଥିବା କହିଛନ୍ତି ଗୋଛାପଡା ଥାନା ଅଧିକରୀ ।
ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଥାନାଧିକାରୀ ସାମଲ କହିଛନ୍ତି ।
ପୋଲିସ ଓ ଅବକାରୀ ବିଭାଗ ର ବ୍ୟାପକ ଚଢ଼ାଉ ସତ୍ୱେ ଗଂଜେଇ ଚାଷ ଓ ଚୋରା କାରବାର ରୋକିବାର ନାଁ ଧରୁନି ଫଳରେ ଏହା ପ୍ରଶାସନ ର ମୁଣ୍ଡ ବ୍ୟଥା ର କାରଣ ପାଲଟିଛି l

Leave a comment

Your email address will not be published. Required fields are marked *