#Breaking News

ଇମ୍ପରିୟଲ କଲେଜରେ ଅଧିଷ୍ଠାନ ସମାରୋହ


ବରଗଡ଼ (ଉଲାପ୍ର)
(ସତ୍ୟ ନାରାୟଣ ପ୍ରଧାନ)
ଇମ୍ପରିୟଲ କଲେଜଠାରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ଗଠିତ ହୋଇଥିବା ବିଭିନ୍ନ ସଂଗଠନର ଅଧିଷ୍ଠାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଦିପକ ଗୋୟଲଙ୍କ ତତ୍ୱାବଧାନ ଓ ଅଧ୍ୟାପକ ଦୁର୍ଗେଶ ଶତପଥୀ ଙ୍କ ସଂଯୋଜନାରେ ଖେଳପାଇଁ ‘ସୁଦିିିତି’, କଳା ପାଇଁ ‘ଅଭିବ୍ୟକ୍ତି’ , ସଂସ୍କୃତି ପାଇଁ ‘ସଂସ୍କୃତି’ , ସାମାଜିକ ଓ ପର୍ଯ୍ୟାବରଣ ପାଇଁ ‘ପ୍ରଗତି’ ନାମରେ ଚାରୋଟି ସଂଗଠନ କରାଯାଇ ଏହାର ଦାୟିତ୍ୱ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଛି । ଏହି ସଂଗଠନଗୁଡିକ ପ୍ରତ୍ୟେକମାସ ନିଜର କାର୍ଯ୍ୟପନ୍ଥା ସ୍ଥିର କରି ଏହାକୁ କାର୍ଯ୍ୟନ୍ୱିତ କରିବେ ବୋଲି ଜଣାପଡିଛି । ଏ ଅବସରରେ ଅଧ୍ୟାପିକା ଯୁକ୍ତି ଅରୋରାଙ୍କ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାହ୍ନା ପଣ୍ଡା, ମନୋରଂଜନ ଦାଶ, ମନସ୍ୱିନୀ ମିଶ୍ର, ରୋହିତ ସାହୁଙ୍କ ସହ ଅନ୍ୟ ଛାତ୍ରଛାତ୍ରୀମାନେ ଦାୟିତ୍ୱ ଗ୍ରହଣ କରିଥିଲେ ।

Leave a comment

Your email address will not be published. Required fields are marked *