#Breaking News

କନ୍ଧମାଳ୧୦୯୪ମୋବାଇଲ ଟାୱ୍ଵାର ପ୍ରତିଷ୍ଠା ନେଇକେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପୁର୍ବତନ ବିଧାୟକ


ଫୁଲବାଣୀ-୨୭/୧୧(ସୁନୀଲ ପଟନାୟକ)
ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳଗୁଡିକରେ ୧୦୯୪ଟି ନୂତନ ମୋବାଇଲଟାୱ। ର ପ୍ରତିଷ୍ଠା କରିବାଲାଗି ସମ୍ମତି ଜଣାଇଥିବାରୁ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କୁ ଭେଟି ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ରମାଝି ଧନ୍ୟବାଦ ଜଣାଇଛନ୍ତି । ସେହିପରି ଜିଲ୍ଲାରେ ଏକ ଆଇଟି ପ୍ରତିଷ୍ଠାନ ନେସନାଲ ଇନଷ୍ଟିଚିଉଟ ଅଫଇଲେକ୍ଟ୍ରୋନିକସ ଓ ଇନ୍ ଫରମେ ସନ ଟେକନୋଲୋଜି ଶାଖା ପ୍ରତିଷ୍ଠା କରିବା ନିମନ୍ତେ ମଧ୍ୟଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ସେହିପରି କନ୍ଧମାଳ ଜିଲ୍ଲା ଏକ ରେଳବିହିନ ଜିଲ୍ଲା। ଏଣୁ ଅତି ଶିଘ୍ର ବ୍ରହ୍ମପୁର-ସମୂଲପୁର ରେଳ ସଂଯୋଗପ୍ରକଳ୍ପ ର କାର୍ଯ୍ୟ ତ୍ବରାନ୍ବୀତ କରିବାକୁ ଅନୁରୋଧ କରିଥିଲେ ମାଝୀ।
ତେବେ, ଜିଲ୍ଲାରେ ମୋବାଇଲ ଟାୱାର ପାଇଁ କନ୍ଧମାଳ ସାଂସଦ ଡ.ଅଚ୍ଯୁତ ସାମନ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କୁ ଭେଟି ଆଲୋଚନା କରିବାପରେ କେନ୍ଦ୍ରମନ୍ତ୍ରୀ କନ୍ଧମାଳ ଜିଲ୍ଲା ପାଇଁ ୧୦୯୪ଟି ମୋବାଇଲ ଟାୱ। ର ପ୍ରତିଷ୍ଠା ନେଇ ପ୍ରତିଶୃତି ଦେଇଥିବା ନେଇ ସଂସଦ ଡ.ସାମନ୍ତ ପୂର୍ବରୁ ସୂଚନା ଦେଇଥିଲେ।

Leave a comment

Your email address will not be published. Required fields are marked *