#Breaking News

ଭଙ୍ଗା ଘରେ ଗଢ। ହେଉଛି ଶିଶୁଙ୍କ ଭବିଷ୍ୟତ,ସଙ୍କଟ ରେ ଅ ଆ..

ଫୁଲବାଣୀ-(ସୁନୀଲ ପଟନାୟକ)
ସରକାର ସମସ୍ତଙ୍କ ପାଇଁ ମାଗଣା ଶିକ୍ଷାବ୍ୟବସ୍ଥା କରିଛନ୍ତି। ଏଥିପାଇଂ କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରୁଛନ୍ତି । ହେଲେ ଆଦିବସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରେ ଏ ସବୁ ସତେ ଯେପରି ପ୍ରହସନ ପାଲଟିଥିବା ଭଳି ମନେହେଉଛି । ଶିଶୁଙ୍କ ଭାଗ୍ୟ ଓ ଭବିଷ୍ୟତ ଏଠି ବିପଦରେ । ଭଙ୍ଗା ଘରେ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି କୋମଳମତିଶିଶୁଙ୍କ ଭବିଷ୍ୟତ ଗଢ଼ା ଯାହାକି ସମସ୍ତଙ୍କୁ ଚକିତ କରିଛି ।


ଅଙ୍ଗନବାଡି କେନ୍ଦ୍ରର ଗୋଟିଏ ପଟର କାନ୍ଥ ଭୁଷୁଡି ପଡିଲାଣି କେବେଠୁ । ଅନ୍ୟ ସବୁ କାନ୍ଥ ମଧ୍ଯ ଦୁର୍ବଳ । କେଉଁ ମୁହୁର୍ତ୍ତରେ ଅନ୍ୟ କାନ୍ଥ ଭୁଷୁଡି ପଡିଲେ କଥା ସରିଲା । କୋମଳ ମତି ଶିଶୁମାନଙ୍କ ଅକାଳରେ ଜୀବନ ଚାଲିଯିବ ଏଥିରେ ସନ୍ଦେହ ନାହିଁ।
ଏଭଳି ଦୟନୀୟ ଅବସ୍ଥାରେ ଆଉ ଗୋଟିଏ କୋଠରୀରେ ପାଠପଢ଼ା ଚାଲିଛି । ଏଭଳି ଅବସ୍ଥା ଦେଖବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଳକର ବଲସ କୁମ୍ପା ପଞ୍ଚାୟତର ୭ ନମ୍ବର ବାର୍ତ ରେଥବା ଅଙ୍ଗନବାଡି କେନ୍ଦ୍ରରେ।
ଛୋଟ ଛୋଟ ଶିଶୁଙ୍କ ମାନସୀ କ’, ଶାରୀରିକ ଓ ବୌଦ୍ଧିକ ବିକାଶ କରିବାପାଇଁ ସରକାର ଅଙ୍ଗନବାଡି କେନ୍ଦ୍ର ମାନ ସ୍ଥାପନ କରିଛନ୍ତି। ହେଲେ ଅଙ୍ଗନବାଡି କେନ୍ଦ୍ରର ନିୟମିତ ମର ।ମତି ହେଉ ନ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି, I
ଗତ ୩୫ ବର୍ଷ ତଳେ କୁଆଡେ ଏହି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ଗୃହରେ ଲାଗି ଥିବା କାଠ ଗୁଡିକରେ ଉଇ ଧରିଲାଣି। ଅନ୍ୟ କାନ୍ଥ ଗୁଡ଼ିକ ମଧ୍ୟ କେଉଁଠି କେଉଁଠି ଫାଟି ଆଁ କରିଛି। ଏଭଳି ସ୍ଥିତିରେ କେନ୍ଦ୍ରକୁପିଲ।ଙ୍କୁ ପାଠ ପଢିବା ଲାଗି ଛାଡିବାକୁ ଭୟ କରୁଥିବା କହିଛନ୍ତି ଅଭିଭାବକ ଗୋକୁଳ ସାହାଣୀ, ସଦାନନ୍ଦ ବେହେରା । ରୋହିତ ବେହେରା , I
ନୂତନ ଅଙ୍ଗନବାଡି କେନ୍ଦ୍ର ଟିଏ ନିର୍ମାଣ କରିବା ଲାଗି ବହୁବାର ବିଡିଓ, ଡିଏସ ଡକ୍କୁ ଓ,ଉପଜିଲାପାଳଙ୍କୁ ଜଣ।ଇଥିଲେ ମଧ୍ୟ ସେମାନେ କୌଣସି ପଦକ୍ଷେ ପ ଗ୍ରହଣ କରୁ ନ ଥିବା ଗ୍ରାମବାସୀ, ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି ।
ଏନେଇ ଦାୟିତ୍ଵରେ ଥିବା ଅଙ୍ଗନବାଡି କର୍ମୀ ସଂଧ୍ୟାରାଣୀ ଜାନୀ ଙ୍କୁ ପଚାରିବାରେ ସେ ନେଇ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହି ମୁଣ୍ଡରୁ ଦୋଷ ଖସାଇ ଦେଇଛନ୍ତି । ସେହିପରି ସିଡି ପିଓ, ସୁପରଭାଇଜର ମଧ୍ଯ ଏନେଇ ସରଫଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ କୈଣସି ସୁଫଳ ମିଳିନି ଏଯାଏ ।

ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା କୁନିକୁନି ପିଲାଙ୍କ ର କୈଣସି ଅଘଟଣ ଘଟିଲେ ଜିଲ୍ଲା ପ୍ରଶାସନ ଦାୟି ରହିବେ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି ।
ସେପଟେ କନ୍ଧମାଳ ଜିଲ୍ଲ।ରେ ଶହଶହ ସଂଖ୍ୟାରେ ଅଙ୍ଗନବାଡି କେନ୍ଦ୍ରମାନ ନିର୍ମାଣ ଚାଲିଛି ଯେ ସରିବାର ନା ଧରୁ ନି ।
ବର୍ଷ ବର୍ଷ ବିତିଲାଣି ସିନା ଅଧାପନ୍ତୁରିଆ ଅବସ୍ଥାରେ ପଡିଛି ଅନେକ ।
ଜିଲ୍ଲା ପାଳ ଡ଼ା ବୁନ୍ଦାଡି, ପ୍ରକଳ୍ପ ନିର୍ଦ୍ଦେଶକ ,ଡିଏସଡ଼ବ୍ଲୁ ଓ ପ୍ରମୁଖ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇ ପଡିଛି ।

Leave a comment

Your email address will not be published. Required fields are marked *