#Breaking News

କନ୍ଧମାଳ ବାରଖମାରେ ମାଓ ପୋଷ୍ଟର


ଫୁଲବାଣୀ(ସୁନୀଲପଟନାୟକ)
କିଛି ଦିନର ନୀରବତା ପରେ ପୁଣି ସକ୍ରୀୟ ହେଲେ ମାଓବାଦୀ । ମଙ୍ଗଳବାର ସକାଳୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବାରଖମା ଠାରେ ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଏଥିରେ ସିପିଆଇ ମାଓ ବାଦୀ କେକେ ବି ଏନ ସଂଗଠନ ବୋଲି ଉଲ୍ଲେଖ ଅଛି ।
ଏଥିରେତ୍ରୀସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଆହ୍ଵାନ ଦିଆଯାଇଛି । ସେହିପରି ପୋଲିସ କିମ୍ବିଙ୍ଗ ଅପରେସନ ନାମରେ ଲୋକମାନଙ୍କୁ ଅତ୍ୟାଚାର କରୁଛି । ପୋଲିସ ଓ ଅବକାରୀ ବିଭାଗ ପ୍ରଥମେ ସରକାରୀ ମଦ ବିକିବା ବନ୍ଦକରନ୍ତୁ ଓ ପରେ ଗଞ୍ଜେଇଗଛ ନଷ୍ଟ କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି ।

Leave a comment

Your email address will not be published. Required fields are marked *