#Breaking News

୩୩ରୁ ୨୦ନିୟମିତ ହେଲେ ଆଉ ୧୩ମହିଳା ସ୍ଵାସ୍ଥ୍ୟକର୍ମୀ ନିୟମିତ ହେବେ କେବେ ?


ଫୁଲବାଣୀ-( ସ୍ଥନୀଲପଟନାୟକ)
ସରକାରଙ୍କ ସ୍ଵାସ୍ଥ୍ୟ ବିଭାଗର ବିଚିତ୍ର ନିତୀ ଯୋଗୁଁ ୧୩ ଜଣ କାର୍ଯ୍ୟରତ ଏ ଏନଏମ ନିୟମିତ ହୋଇପାରୁନାହିଁ।ନ୍ତି। ଏମାନେ ଜିଲ୍ଲାର ବିଭିନ୍ନ ସ୍ଵାସ୍ଥ୍ୟ ଉପକେନ୍ଦ୍ରରେ କାର୍ଯ୍ୟକରୁଛନ୍ତି। ସରକାରୀ ନିୟମ ପ୍ରକାରେ୬ ବର୍ଷ ଧରି କାର୍ଯ୍ୟ କଲେ ନିୟମିତ ହେବ। କଥା, ହେଲେ ଏ ସଟି, ଏସସି.ଓ, ୟୂ ଆ ର ନିୟମ ପ୍ରକାରେ ୨୦ ଜଣଙ୍କୁ ନିୟମିତ କରିଥିବାବେଳେ ବାକି ୧୩ ଜଣଙ୍କୁ ଠିକା କର୍ମ ଚାରିଭାବେ ଏସଇବିସି ପଦବୀ ସୃଷ୍ଟି ନ ହେବା
ଯାଏ କାର୍ଯ୍ୟ କରିବାପାଇଁ ନିର୍ଦ୍ଦେଶ ଦେବା ସହ ମାସେ ମଧ୍ୟ ରେ ପଦବୀ ସୃଷ୍ଟି କରି ନିୟମିତ କରିବାକୁ ପ୍ରତିଶ୍ରତି ଦେଇଥିଲେ। ତେବେ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏସଇବିସିପଦବୀ ସୃଷ୍ଟି କରାଯାଉ ନ ଥିବା ଅଭିଯୋଗ କରିଛନ୍ତି ୧୩ମହିଳା ସ୍ୱାସ୍ଥ୍ୟକର୍ମୀ ।
। ଅତି ଶିଘ୍ର ସେମାନଙ୍କୁ ନିୟମିତ କରିବା ଲାଗି ସ୍ୱାସ୍ଥ୍ୟକର୍ମୀ ସ୍ନେହା ଜଂଳୀ ସେନାପତି, ମଧୁସ୍ମିତା ନା ଏକ, ବିଳାସିନି ବେହେରା । ପ୍ରମୁଖ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏନେଇ ଏକ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ଏମାନେ ।

Leave a comment

Your email address will not be published. Required fields are marked *