#Breaking News

ବିଦ୍ୟୁତ ବିଲ ଦେଖି ଗ୍ରାମବାସୀଙ୍କହୋସ ଉଡିଲା, ସମାଧାନ ନ ହେଲେ ଭୋଟ ବର୍ଜନ ଧମକ


ଫୁଲ ବାଣୀ-(ସୁନୀଲ ପଟନାୟକ)
ଅନେକ ଦାବୀ ପରେ ଫିରିଙ୍ଗିଆ ବ୍ଲକର ଦଣ୍ଡ କିଆ ପଞ୍ଚାୟତର କରଣ୍ଡାଗଡ଼ ଗ୍ରାମକୁ ବି ପିଏଲଯୋଜନାରେ ବିଦ୍ୟୁତ ସଂଯୋଗ ଗଲା।ବିଦ୍ୟୁତ ଆଲୋକ ପାଇ ଗ୍ରାମବାସୀ ବେଶ ଖୁସି ହୋଇଥିଲେ । ଏହା ଏକ ଆଦର୍ଶ ଗ୍ରାମ ମଧ୍ୟ ।
ହେଲେ ମାସ କେଇଟା ନ ଯାଉଣୁ ବିଦ୍ୟୁତ ବିଲ ଦେଖି ହୋସ ଉଡ଼ିଯାଇଛି ହିତାଧି କାରିଙ୍କର । ସେପଟେ ବିଭାଗ କହୁଛି ବିଲ ପଇଠ ନ କଲେ ବିଦ୍ୟୁତ ବିଛିନ୍ନ କରାଯିବା
ବିଦ୍ୟୁତ ସଂଯୋଗ ଦେଇ ଏବେ ଲୁଟୁଛି ବିଦ୍ୟୁତ ବିଭାଗ। ଗ୍ରାମର ସମସ୍ତ ପରିବାର ବିପିଏଲ ହିତାଧିକାରୀ ଏମାନେ ସବୁ ଗରୀବ ଶ୍ରେଣୀର ହୋଇ ଥିବାରୁ, ବିପିଏଲ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା । ପ୍ରଥମେ ପ୍ରଥମେ କମ ଟଙ୍କା ବିଲ ଆସୁଥିଲ ପରେ ବିଲ୍ ଦେଖି ନିଦ ହଜି ଯାଉଛି ହିତାଧିକାରୀଙ୍କର । କାହାର ହଜା6ର ତ ଆଉ କାହାର ଦୁଇ ହଜାର, କାହାର ୫ ହଜାର ଟଙ୍କା ବିଲ ଆସିଛି । ମିଟର ଖରାପ ଅଛି ଏଣୁ ପୁରୁଣା ବକେୟା ବିଲଆସୁଥିବକହୁଛନ୍ତି କର୍ମଚାରୀ ।
ବିଲ ପଇଠ ନ କଲେ ବିଦ୍ୟୁତ ସଂଯୋଗ କାଟି ଦିଆଯିବ କହୁଛି ବିଭାଗ। ପୂର୍ବରୁ ସେମାନେ ଅତି ବେଶିରେ ଶ6ହ ଟଙ୍କାବିଲ ଦେଉଥିବା କହିଛନ୍ତି ।
ଅଭିଯୋଗ କଲେ ଶୁଣୁନି ବିଭାଗ।
ହିତାଧି କ।ରି ପ୍ରତିମାସରେ ବିଲ ପଇଠ କରୁଛି ହେଲେ ପୁଣି ବକେୟା ବିଲଆସୁଛି କେଉଁଠୁ ।
ଏପଟେ ପ୍ରତିମାସରେ ବିଲ୍ ଆସୁନି । ଫଳରେ ବିକେୟା ବିଲ ଆସୁଥିବ ଓ ତଦନ୍ତ କଲେ ଜଣା ପଡିବ ବୋଲି ଯନ୍ତ୍ରୀ କହୁଛନ୍ତି । ବିଦ୍ୟୁତ ବିଭାଗରଏଭଳି ଜୁଲମରେ ଗରୀବ ହୀତାଧିକାରୀଟିଏ କରିବ କଣ ? ଏତେ ଏତେ ଟଙ୍କାର ବିଦ୍ୟୁତ ବିଲ କିପରି ପଇଠ କରିବ ସେ ନେଇ ତୁରନ୍ତ ପଦକ୍ଷେପ ନ ନେଲେ ପଞ୍ଚାୟତ ନିର୍ବାଚନ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ଗ୍ରାମର ପ୍ରଭାତନା ଏକ, ଗୋବର୍ଦ୍ଧନ ସାହୁ, ଦେବେନ୍ଦ୍ର ଦିଗଲ, ଗିରିଧାରୀ ହଂସ, ବସନ୍ତ ଦୀପ । ବରୁଣ କହଁର ପ୍ରମୁଖ ସମେତ ସମସ୍ତ ଗ୍ରାମବାସୀ ।

Leave a comment

Your email address will not be published. Required fields are marked *