#Breaking News

ଅଜଣା ଗାଡି ଧକ୍କାରେ ମୃତ ବ୍ୟକ୍ତିଙ୍କ ପରିବାର କୁ କ୍ଷତିପୁରଣ ଦାବୀରେ ରାସ୍ତା ଅବରୋଧ


ଫୁଲବାଣୀ- (ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ସାରଙ୍ଗ ଡଥାନା ଅନ୍ତର୍ଗତ ପାବୁରିଆ ଠାରେ ଏକ ଅଜଣା ଗାଡି ଧକ୍କାରେ ପା ବୁରିଆ ହାଟପଦା ସାହିର ବିନୋଦ ଦଣ୍ଡିଆ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଉତେଜନା ପ୍ରକାଶ ପାଇଛି । କ୍ଷତିପୁରଣ ଦାବୀରେ ମଙ୍ଗଳବାର ରାତିଠୁ ଶବରଖି ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି ।
ବିନୋଦଶୌଚ ଦେବାକୁ ଯାଇ ରାସ୍ତା ପାର ହେଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।
ଫଳରେ ଜିଉ ଦୟଗିରି, ରାଇକିଆ, ସାରଙ୍ଗ ଡ଼ କୁ ଗାଡି ଚଳାଚଳ ବନ୍ଦ ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।
ଏ ଯାଏଁ ରାସ୍ତା ଅବରୋଧ ହଟିନାହିଁ।

Leave a comment

Your email address will not be published. Required fields are marked *