#Breaking News

ସୂଚନା ତଥ୍ୟ ଗାଏବ , ସୂଚନା କର୍ମ୍ମୀଙ୍କ ଦାନାବାନ୍ଧୁଛି ଧାରଣା

ଢେଙ୍କାନାଳ(ଉଲାପ୍ର) ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକରେ ଅନିମିୟତା ଦେଖାଦେଇଛି ।ଉକ୍ତ ବ୍ଲକରେ ମନରେଗା ଯୋଜନାରେ କାର୍ଯ୍ୟକୁ ନେଇ କର୍ମ୍ମିଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ,ଯାହାକି ଏ ସମ୍ବନ୍ଧେ ସୂଚନା ଅଧିକାରୀ କର୍ମ୍ମୀ ସୁବାଷ ପଧାନ ବ୍ଲକକୁ ଯାଇ ସୂଚନା ମାଗିଥିଲେ ମଧ୍ୟ କୌଣସି ପ୍ରକାରର ତଥ୍ୟ ନମିଳିବାରୁ ନିରାଶ ହେବାକୁ ପଡ଼ିଛି ।ଏହି ବ୍ଲକର ବିରାଶାଳ ,ମକୁଆକାଟେଣି ,ବାମ ,ମହାବିରୋଡ , ଦଶିପୁର ,ଚାନ୍ଦପୁର , ଘାଗରାମୁଣ୍ଡା ,କେରଯୋଳି ,କରଗୋଳା ପ୍ରଭୃତି ପଞ୍ଚାୟତ ମାନଙ୍କରେ ମନରେଗା ଯୋଜନା ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ,ଚତୁର୍ଥ ଓ ପଞ୍ଚମ କମିଶନ ଫଣ୍ଡ ଗୁଡ଼ିକ ସୂଚନା ମାଧ୍ୟମରେ ମଗାଯାଇଥିଲେ ସୁଦ୍ଧା ବର୍ଷ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ଏଥି ପାଇଁ ପ୍ରଶାସନ କର୍ତ୍ତୃପକ୍ଷ ସୂଚନା ଦେବାରେ ନାଗନ୍ଧ ଧରୁନି , ଫଳରେ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଶ୍ରୀ ପଧାନ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି ,ଯଦି ତୁରନ୍ତ ପଦକ୍ଷେପ ନେବାରେ ବ୍ୟାଘାତ ସୃଷ୍ଟି ହୁଏ ତେବେ ଆଗାମୀ ଦିନରେ ଅନିଦିଷ୍ଠ ପାଇଁ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।

Leave a comment

Your email address will not be published. Required fields are marked *