#Breaking News

ଉଦେପାଲି ରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦିନିକିଆ ଜିଆରଏଲଟିପି କାର୍ଯ୍ୟକ୍ରମ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ ଜ଼ିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଉଦେପାଲି ପଂଚାୟତ ସଭାଗୃହ ଠାରେ ନାବାର୍ଡ ବରଗଡ ଓ ନିୟୁ ଲାଇଫ ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ଦିନିକିଆ ଜିଆରଏଲଟିପି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜ଼ିଲ୍ଲା ବିକାଶ ପ୍ରବନ୍ଧକ, ନାବାର୍ଡ ବରଗଡ ହଟକିଶୋର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଶ୍ରୀମତୀ ରାଜଲକ୍ଷ୍ମୀ ପଣ୍ଡା ଶାଖା ପରିଚାଳକ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଯୋଗଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ କଳାକାନହୁ ଦୀପ, ଚେୟାରମ୍ୟାନ ନିୟୁଲାଇଫ ଫାଉଣ୍ଡେସନ, ଜୟବ୍ରତ କର୍ଣ୍ଣ, ସୁଶୀଲ ସରାଫ, ରଞ୍ଜନା ବିଶ୍ୱାଳ ଯୋଗଦାନ କରି ପଞ୍ଚ ସୂତ୍ରୀ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ଷାଠିଏଟି ସ୍ୱୟଂ ସହାୟକ ଗୋଷ୍ଠୀ ର ମୁଖ୍ୟମାନେ ଯୋଗଦାନ କରିଥିଲେ l ପରିଶେଷରେ ସାମସନ ନନ୍ଦ ଧନ୍ୟବାଦ ଅର୍ପଣ କାରିଥିଲେ l

Leave a comment

Your email address will not be published. Required fields are marked *