#Breaking News

ଡାଏଟରେ ଆଲୋଚନା ଚକ୍ର


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷା ର ମାନକୁ ଆହୁରି ଉଚ୍ଚ କରିବି ଓ ଛାତ୍ର ଛାତ୍ରୀ ମାନଙ୍କୁ ସହଜ ସରଳ ରେ ଅତ୍ୟାଧୁନିକ ଶିକ୍ଷାଦାନ କରିବା ପାଇଁ ରାଜ୍ୟ ସରକାର ଙ୍କ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ବରଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ନେଇ ପ୍ରାଥମିକ ସ୍ତରରେ ବହୁଭାଷୀ ଶିକ୍ଷା ର ଆବଶ୍ୟକତା ଶିର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଶିକ୍ଷଣ ପ୍ରତିଷ୍ଠାନ ର ଅଧ୍ୟକ୍ଷ, ଅଧ୍ୟାପକ ରମେଶ ସାହୁ, ଶିକ୍ଷୟତ୍ରୀ ତପସ୍ଵିନୀ ମହାପାତ୍ର ପ୍ରମୁଖ ବହୁ ଶିକ୍ଷାବିତ ଯୋଗ ଦେଇ ମତ ଉପସ୍ଥାପନା କରିଥିଲେ।

Leave a comment

Your email address will not be published. Required fields are marked *