#Breaking News

ମଣ୍ଡି ରୁ ସମସ୍ତ ଧାନ ତ୍ୱରିତ ଉଠାନ୍ତୁ ସରକାର: ଆପ୍ ମିଲ ପରିଦର୍ଶନ କରନ୍ତୁ ଜିଲ୍ଲାପାଳ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ମନ୍ଥର ଗତିରେ ଚାଲିଥିବା ବେଳେ ଶୀଘ୍ର ଧାନ ଉଠେଇବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ମଙ୍ଗଳବାର ଜିଲ୍ଲା ପ୍ରଶାସନ କୁ ଏକ ସ୍ମାରକପତ୍ର ପ୍ରଦାନ କରି ଟୋକାନ ଅବଧି ସରିବାକୁ ପୂର୍ବରୁ ମଣ୍ଡି ରେ ପଡିଥିବା ସମସ୍ତ ଧାନ କିଣିବାକୁ ଆପ୍ ର ଜିଲ୍ଳା ଆବାହକ ଭବାନୀ ସାହୁ କହିଛନ୍ତି । ସେହିପରି ମିଲର୍ସଙ୍କ ମର୍ଜିରେ ମଣ୍ଡି ରୁ ଧାନ ଉଠୁଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି ।ମଣ୍ଡି କୁ ଆସୁଥିବା ସମସ୍ତ ଧାନ କୁ ଏଣ୍ଟ୍ରି କରିବା, କ୍ୱାଲିଟି କଟ ବନ୍ଦ କରିବା ଓ  ଜିଲ୍ଳାପାଳ ନିଜେ ମିଲ ପରିଦର୍ଶନ ଧାନ କିଣା ବିକା ରେ ସ୍ୱଚ୍ଛତା ଆସିପାରିବ ବୋଲି ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ମହିଳା ନେତ୍ରୀ ମରିୟମ ବାର୍ଳା, ରାଜ୍ୟ ଯୁବ ସଂପାଦକ ପୌଲସ୍ତ୍ୟ ସାହା ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *