#Breaking News

୩୩ ତମ ରାଜ୍ୟସ୍ତରୀୟ କେରାଟେ ଚମ୍ପିୟାନ : ଟିକାବାଲି ପାଇଲା ୮ ଟି ପଦକ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଭୁବନେଶ୍ୱର ଉତ୍କଳ କେରାଟେ ସ୍କୁଲ ଠାରେ ଦୁଇଦିନ ଧରି ଆୟୋଜିତ ହୋଇଥିବା ୩୩ ତମ ରାଜ୍ୟସ୍ତରୀୟ ସବ -ଜୁନିୟର କେରାଟେ ପ୍ରତିଯୋଗିତା ରେ କନ୍ଧମାଳ ଜିଲ୍ଲା ଟିକାବାଲି କେରାଟେ ସ୍କୁଲ ପକ୍ଷରୁ ୧୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ସେଥିମଧ୍ୟରୁ ୮ଜଣ କୃତିତ୍ୱ ଅର୍ଜନ କରିଛନ୍ତି l ଯଥା ଦୁଇ ଜଣ ସ୍ବର୍ଣ୍ଣ ଦୁଇଜଣ ରୌପ୍ୟ ଏବଂ ଚାରି ଜଣ କାଂସ୍ୟ ପଦକ ହାସଲ କରିଥିବା ଜଣା ପଡିଛି l ଓଡିଶା ରୁ ବିଭିନ୍ନ ଜିଲ୍ଲା ରୁ ଭାଗ ନେଇଥିବା ବେଳେ କନ୍ଧମାଳ ଟିକାବାଲି ରୁ ପ୍ରିୟାଶୁଂ ପଣ୍ଡା ଏବଂ ଉଦ୍ଧବ ପ୍ରଧାନ ଫାଇଟ ରେ ସ୍ବର୍ଣ୍ଣ ପାଇଥିବା ବେଳେ ଶ୍ରବଣ କହଁର ଓ ଲବଣ କହଁର ଫାଇଟ ରେ ରୌପ୍ୟ ଏବଂ , ରୁଦ୍ରପ୍ରସାଦ ପ୍ରଧାନ ,ନିବେଦିତା ପଣ୍ଡା,ସ୍ବୟଂମ୍ ମହାପାତ୍ର ଫାଇଟ ରେ କାଂସ୍ୟ ପଦକ ପାଇଥିବା ବେଳେ ଶ୍ରିୟାରାନୀ ସୁବୁଦ୍ଧି କାଟାରେ କାଂସ୍ୟ ପଦକ ହାସଲ କରିଥିବା ପ୍ରଶିକ୍ଷକ ଗୋପାଳ କହଁର ସୂଚନା ପ୍ରଦାନ କରିଛନ୍ତି |

Leave a comment

Your email address will not be published. Required fields are marked *